ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩୫ ଲକ୍ଷ ଟି-ସାର୍ଟ ପାଇଁ ଅର୍ଡର
  • ଟି-ସାର୍ଟରେ ସ୍ଲୋଗାନ: ‘ଉଡିଗଲା ବିକାଶ ଚଢ଼େଇ’
  • ଛତିଶଗଡ଼ରୁ ଆରମ୍ଭ ହେବ ଟି-ସାର୍ଟ କ୍ୟାମ୍ପେନ

୨୦୧୯ ସାଧାରଣ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ। ବିଜେପିକୁ ଘେରିବା ପାଇଁ କଂଗ୍ରେସ ଯୁବକର୍ମୀଙ୍କ ଉପରେ ଫୋକସ୍ କରୁଛି। ଯୁବକମାନଙ୍କୁ ଅସ୍ତ୍ର କରି କଂଗ୍ରେସ ବିଜେପିକୁ କାଉଣ୍ଟର କରିବା ପାଇଁ ଆରମ୍ଭ କରିଛି ଅଭିଯାନ। ବିଜେପିର ‘ବିକାଶ’ ପ୍ରସଙ୍ଗକୁ କଂଗ୍ରେସ ଟାର୍ଗେଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛି।

କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଦଳ ନିର୍ବାଚନ ପୂର୍ବରୁ ଟି-ସରର୍ଟ ବାଣ୍ଟିବ ବୋଲି ଯୋଜନା କରିଛି। ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ଟି-ସାର୍ଟ ତିଆରି କରିବାକୁ ଅର୍ଡର ଦିଆଯାଇଛି। ଧଳା ରଙ୍ଗର ଟି-ସାର୍ଟରେ ବିଜେପିର ‘ବିକାଶ’ ମଡେଲକୁ ଟାର୍ଗେଟ କରାଯାଇଛି। ଏଥିରେ ଲେଖା ଯାଇଛି ‘ଉଡ଼ିଗଲା ବିକାଶ ଚଢ଼େଇ’।

ଧଳା ରଙ୍ଗର ସାର୍ଟ ଉପରେ କଳା ବର୍ଡର ଉପରେ ଏହି ସ୍ଲୋଗାନ ଲେଖା ଯାଇଥିବାରୁ ଲୋକଙ୍କୁ ଏହା ଆକର୍ଷିତ କରୁଛି।

୨୦୧୮ ଶେଷ ଭାଗରେ ଛତିଶଗଡ଼ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଜ୍ୟରେ ବିଜେପି ସରକାର ରହିଛି। ଏଣୁ କଂଗ୍ରେସ ଛତିଶଗଡ଼ରୁ ଏହି ଅଭିଯାନ ଆରମ୍ଭ କରିଛି। କଂଗ୍ରେସ କର୍ମୀମାନେ ପାନ ଦୋକାନ, ଚା’ଦୋକାନ ଏବଂ ରାସ୍ତା କଡ଼ରେ ଏହି ଟି-ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି।

୧୫ ବର୍ଷର ଉନ୍ନୟନମୂଳକ କାମକୁ ନେଇ ବିଜେପି ଛତିଶଗଡ଼ରେ ପ୍ରଚାର ମଇଦାନକୁ ଓହ୍ଲାଇବ। ବିକାଶକୁ ନେଇ ବିଜେପି ଘରେ ଘରେ ପହଞ୍ଚୁଛି। ହେଲେ କଂଗ୍ରେସ ଏହାକୁ ଆକ୍ଷେପ କରୁଛି।

ଛତିଶଗଡ଼ ବିଧାନସଭା ନିର୍ବାଚନ ପରେ ଏହି ଟି-ସାର୍ଟ ୨୦୧୯ ନିର୍ବାଚନରେ ଲାଗୁ ହେବ ବୋଲି କୁହାଯାଉଛି।

Comment