ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍କ ଜୁକରବର୍ଗ ମାତ୍ର ୨୩ବର୍ଷ ବୟସରେ ଫେସବୁକ କମ୍ପାନି ପ୍ରତିଷ୍ଠା କରି ବିଶ୍ଵର ସର୍ବକନିଷ୍ଠ ଆରବପତି ହେବାର ସୌଭାଗ୍ୟ ଲାଭ କରିଥିଲେ। ଜୁକରବର୍ଗଙ୍କୁ ପଛରେ ପକାଇ ବିଶ୍ଵର ସର୍ବକନିଷ୍ଠ ଅରବପତି ହେବାକୁ ଯାଉଛନ୍ତି ୨୦ବର୍ଷୀୟ ଜଣେ ଯୁବତୀ।

ଆମେରିକୀୟ ମଡେଲ୍ କେଇଲ୍ ଜେନରଙ୍କୁ ଏବେ ମାତ୍ର ୨୦ବର୍ଷ। କିନ୍ତୁ ତାଙ୍କ ରୋଜଗାର ବାର୍ଷିକ ୯୦କୋଟି ଡଲାର (୬୧୧୧କୋଟି ଟଙ୍କା)ରୁ ଅଧିକ।

କେଇଲ୍ ଜଣେ କେବଳ ରିଅଲିଟି ସୋ’ର ଷ୍ଟାର୍ ନୁହଁନ୍ତି, ଜଣେ ସଫଳ ବିଜେନେସ୍ ଓମେନ୍‌ ମଧ୍ୟ। କେଇଲ୍ ଏକ କସମେଟିକ୍ କମ୍ପାନି ଚଲାଉଛନ୍ତି।

ଫୋବର୍ସ ପତ୍ରିକା ମୁତାବକ, ଦୁଇବର୍ଷ ପୂର୍ବରୁ କେଇଲ୍ ତାଙ୍କ କମ୍ପାନି ଆରମ୍ଭ କରିଥିଲେ। ମାତ୍ର ୨୦୦୦ଡଲାରରେ ଲିପ୍‌ କିଟ୍‌ ସହ ନିଜ ବ୍ୟବସାୟ ଆରମ୍ଭ କରିଥିଲେ କେଇଲ୍। ଏବେ ତାଙ୍କ ବ୍ୟବସାୟ ୬୩ କୋଟି ଡଲାରରୁ ଅଧିକ ଉତ୍ପାଦ ବିକୁଛି।

ଏବେ କେଇଲଙ୍କ କମ୍ପାନିର ମୂଲ୍ୟ ୮୦ ଡଲାର(୫୪୮୬କୋଟି ଟଙ୍କା)ବୋଲି ଜଣାପଡ଼ିଛି। ଫୋବର୍ସ ମୁତାବକ ନିଜ କମ୍ପାନି, ଟେଲିଭିଜନ ପ୍ରୋଗ୍ରାମ ଓ ବିଜ୍ଞାପନ ଜରିଆରେ କେଇଲ୍ ୯୦କୋଟି ଡଲାର(ପାଖାପାଖି ୬୧୧୭କୋଟି) ରୋଜଗାର କରିଛନ୍ତି।

କେଇଲ୍ ନିଜ ସଫଳତାର ଶ୍ରେୟ ସୋସିଆଲ ମିଡିଆକୁ ଦିଅନ୍ତି। ସେ କୁହନ୍ତି ବ୍ୟବସାୟକୁ ଲୋକପ୍ରିୟତା କରାଇବାରେ ସୋସିଆଲ ମିଡିଆ ଏକ ବିରାଟ ପ୍ଲାଟଫର୍ମ। ଏହା ମାଧ୍ୟମରେ ମୁଁ ମୋ ଗ୍ରାହକ ଓ ଫ୍ୟାନ୍ସଙ୍କ ପାଖରେ ସହଜରେ ପହଞ୍ଚି ପାରିଛି।

Comment