ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୀର୍ଘ ଅଠର ବର୍ଷ ପରେ ଦର୍ଶକମାନେ ଅନୀଲ କପୁର ଓ ଐଶ୍ୱର୍ଯ୍ୟାଙ୍କୁ ପରଦାରେ ଏକାଠି ଦେଖିବାକୁ ଯାଉଛନ୍ତି ମୁଭିଫନ୍ନେ ଖାନ୍ରେ ଆସନ୍ତୁ ଜାଣିବା ଏହି ସିନେମା ବିଷୟରେ କିଛି ମଜାଦାର କଥା

ଆଗାମୀ ଅଗଷ୍ଟ ୩ ତାରିଖରେ ପରଦାକୁ ଆସୁଛି ନୂଆ ହିନ୍ଦୀ ସିନେମା ‘ଫନ୍ନେ ଖାନ୍’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅତୁଲ ମଞ୍ଜରେକର୍‌। ଏହା ଏକ ବେଲଜିଆନ୍ ସିନେମା ‘ଏଭ୍‌ରି ବଡି ଇଜ୍ ଫେମସ୍‌’ର ଅଫିସିଆଲ୍ ରିମେକ୍‌।

ରେସ୍ଥ୍ରିପାଇଁ ଘୁଞ୍ଚିଥିଲା ଫନ୍ନେ ଖାନ୍

‘ଫନ୍ନେଖାନ୍’ ପ୍ରଥମେ ଜୁନ୍ ୧୫ ତାରିଖରେ ରିଲିଜ୍‌ ହେବାର ଥିଲା। ଏହି ଦିନ ‘ରେସ୍‌-ଥ୍ରି’ ରିଲିଜ୍‌ ହେଉଥିବାରୁ ‘ଫନ୍ନେଖାନ୍’ର ରିଲିଜ୍ ତାରିଖକୁ ଆଗକୁ ଘୁଞ୍ଚାଇ ଦିଆଯାଇଥିଲା।

ଅଠର ବର୍ଷ ପରେ ଅନୀଲ କପୁର ଐଶ୍ୱର୍ଯ୍ୟା ଏକାଠି

ବଲିଉଡର ଏଭରଗ୍ରିନ୍‍ ଷ୍ଟାର ଅନୀଲ କପୁର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ‘ହମାରା ଦିଲ୍ ଆପ୍ କେ ପାସ୍ ହେ’ରେ ଏକାଠି ନଜର ଆସିଥିଲେ। ଏବେ ପୁଣି ଅଠର ବର୍ଷ ପରେ ଏ ଦୁହେଁ ଏକାଠି କୌଣସି ସିନେମାରେ ନଜର ଆସିବେ, ତାହା ହେଲା ‘ଫନ୍ନେ ଖାନ୍’।

ଆଉ ଏକ ମଜାଦାର କଥା ହେଲା ‘ହମାରା ଦିଲ୍ ଆପ୍‌କେ ପାସ ହେ’ ୨୦୦୦ ମସିହା ଅଗଷ୍ଟ ୨୪ ତାରିଖରେ ରିଲିଜ୍ ହୋଇଥିଲା ଓ ‘ଫନ୍ନେଖାନ୍’ ଆସୁଛି ଏହି ବର୍ଷ ଅଗଷ୍ଟ ୩ରେ। ଅର୍ଥାତ୍ ଏକାମାସରେ ଦୁଇଟି ସିନେମା ରିଲିଜ୍ ହେବା ନିଶ୍ଚିତ ରୂପେ ମଜାଦାର।

‘ଫନ୍ନେଖାନ୍’ ସିନେମାରେ ଅମିତ ତ୍ରିବେଦୀ ସଙ୍ଗୀତକାର ସ୍ୱର ସଂଯୋଜନା କରିଛନ୍ତି। ଏହାର ଗୀତିକାର ହେଲେ ଇରସାଦ୍ କାମିଲ୍।

୨୪ ଘଣ୍ଟାରେ ୫୦ ଲକ୍ଷ ଲୋକ ଦେଖିଲେ ଫାର୍ଷ୍ଟଲୁକ୍

ବଲିଉଡରେ ଏବେ କେତୋଟି ସିନେମାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ଫନ୍ନେଖାନ୍’। ଏହି ଫିଲ୍ମର ଫାର୍ଷ୍ଟଲୁକ୍ ଦର୍ଶକଙ୍କ ଦ୍ୱାରା ଆଦ୍ରୁତ ହୋଇଛି। ଫାର୍ଷ୍ଟଲୁକ୍ ରିଲିଜ୍ ହେବାର ମାତ୍ର ୨୪ ଘଣ୍ଟା ଭିତରେ ପ୍ରାୟ ୫୦ ଲକ୍ଷ ଦର୍ଶକ ଦେଖିଥିବା କୁହାଯାଉଛି।

‘ଫନ୍ନେଖାନ୍’ର କାହାଣୀ ଜଣେ ରିକ୍ସାବାଲା ଓ ତା’ର ଝିଅ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ। ଏଥିରେ ଟାଇଟଲ୍ ରୋଲ୍‌ ନିଭାଇଛନ୍ତି ବଲିଉଡର ବରିଷ୍ଠ ଅଭିନେତା ଅନୀଲ କପୁର। ଏହି ସିନେମାରେ ଅନୀଲ କପୁରଙ୍କୁ ଦର୍ଶକ ଜଣେ ରିକ୍ସାଚାଳକ ଭୂମିକାରେ ଦେଖିବାକୁ ପାଇବେ। ସେ ଚାହାଁନ୍ତି ତାଙ୍କ ଝିଅ ଜଣେ ରକ୍‌ଷ୍ଟାର ହେଉ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ଫିଲ୍ମରେ ଜଣେ ଗାୟିକା ଭୂମିକାରେ ନଜର ଆସିବେ। ରାଜ କୁମାର ରାଓ ଓ ଦିବ୍ୟା ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ ଏହି ସିନେମାରେ।

Comment