ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୨୫ ତରିଖରେ ଭୁବନେଶ୍ୱରର ମେଫେଆର କନଭେନ୍‌ସନ୍‌ ହଲରେ ୟେସ ଉଇ କ୍ୟାନ ପକ୍ଷରୁ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ୧୧ଟି ବିଷୟରେ ଭଲ କାମ କରୁଥିବା ସଙ୍ଗଠନମାନଙ୍କୁ ପୁରସ୍କୃତ କରାଯିବ। ଏହି ସଙ୍ଗଠନଗୁଡ଼ିକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ। ଏ ସମ୍ପର୍କରେ ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟେସ୍ ଉଇ କ୍ୟାନର ପ୍ରତିଷ୍ଠାତା ଶିଶିର ସୂଚନା ଦେଇଛନ୍ତି।

ସମୃଦ୍ଧ ଭାରତ ଓ ବିକଶିତ ଓଡ଼ିଶା ଗଢିବା ପାଇଁ ସିଭିଲ୍ ସୋସାଇଟି ସଙ୍ଗଠନମାନଙ୍କର ଏକ ବିଶାଳ ନେଟୱର୍କ ଗଢିବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ କରିଛି ୟେସ୍ ଉଇ କ୍ୟାନ। ଅଗଷ୍ଟ କ୍ରାନ୍ତି ଦିବସରେ ସିୱାଇଏସ୍‌ଡିଠାରେ ଏନେଇ ଏକ ପରାମର୍ଶ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାର ‘ସମ୍ଭାବନା’ ଲୋଗୋକୁ ଉନ୍ମୋଚନ କରାଯାଇଥିଲା।

ଏହି କର୍ମଶାଳାରେ ଓଡ଼ିଶାର ୩୦ ଜିଲ୍ଲାରୁ ପ୍ରାୟ ୬୫ରୁ ଅଧିକ ସ୍ୱେଛାସେବୀ ସଙ୍ଗଠନ ଭାଗ ନେଇଥିଲେ। ଏଥିରେ ବିଭିନ୍ନ ସମ୍ଭାବନା ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ୧୧ ମାସ ଧରି ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଳା ସ୍ତରୀୟ ପରାମର୍ଶ କର୍ମଶାଳାମାନ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।

“ଓଡ଼ିଶାର ନାଗରିକ ସଙ୍ଗଠନମାନଙ୍କୁ ଏକାଠି କରି ଏକ ବିକଶିତ ଓଡ଼ିଶା ଗଠନ କରିବା ପ୍ରାୟାସ ଜାରି ରହିଛି। ଆଗକୁ ଏ ଦିଗରେ ଅନେକ ପଦକ୍ଷେପ ନିଆଯିବ”, କହିଛନ୍ତି ଶିଶିର।

୨୩ ଜାନୁୟାରୀ ୨୦୧୭ ରେ ୟେସ ଉଇ କ୍ୟାନ ଆରମ୍ଭ ହୋଇଥିଲା ଏବଂ ଏହାର ୩ଟି ବିଭାଗ ରହିଛି। ସାମ୍ବାଦିକ ସମ୍ମିଳନୀରେ ଦେବାଶିଷ ଏବଂ ସୁନିଲ୍ ଉପସ୍ଥିତ ଥିଲେ।

Comment