ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଲକାନଗିରି ଜିଲ୍ଲାରେ ହଳଦି ଚାଷ। ଆଦିବାସୀ ମହିଳାମାନେ ଏବେ ପାହାଡ଼ ଉପରେ ହଳଦି ଚାଷ କରିବାରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ଯାହା କି ଏବେ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ। ଏଠାକାର ଆଦିବାସୀ ମହିଳାମାନେ ଏବେ ପାହାଡ଼ ଉପରେ ହଳଦି ଚାଷ କରିବାରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ଗୁଜୁରାଣ ମେଣ୍ଟାଇିବା ଲାଗି ହଳଦି ଚାଷ ଉପରେ ଆମେ ଏବେ ନିର୍ଭର କରୁଛୁ ବୋଲି ଆଦିବାସୀ ମହିଳା ଚାଷୀମାନେ କହିଛନ୍ତିା ହଳଦି ଚାଷ ବିଶେଷତଃ କନ୍ଧମାଳ ଜିଲ୍ଲାରେ ପ୍ରସିଦ୍ଧ ଲାଭ କରିଛି।

ସେଠାରୁ ବଡ ବଡ କମ୍ପାନୀ ହଳଦି ଖରିଦ କରି ବିଭିନ୍ନ ଔଷଧ ଏବଂ ଖାଦ୍ୟ ମସଲାରେ ବ୍ୟବହାର କରିଥାନ୍ତିା ଏବେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଆଦିବାସୀମାନଙ୍କୁ ସରକାରୀ ସହାୟତା ଯୋଗାଇଦେଲେ ଏହା ବି ଦିନେ ଦ୍ୱିତୀୟ କନ୍ଧମାଳରେ ପରିଣତ ହୋଇପାରିବ ଏଥିରେ ଦ୍ୱିମତ ନାହିଁ।

ବାଲିମେଳା ଜଳ ଭଣ୍ଡାର ଭିତରେ ଥିବା ତଥା ଚିତ୍ରକୋଣ୍ଡା ଅଞ୍ଚଳରେ ବିଭିନ୍ନ ପାହାଡରେ ପୋଡୁ ଚାଷ କରି ମାଣ୍ଡିଆ, ସୁଆଁ, ଡାଲିଜାତୀୟ ଶସ୍ୟ, ଚାଷ କରି ନିଜର ଗୁଜୁରାଣ ମେଂଟାଇ ଆସୁଛନ୍ତି। କାଳକ୍ରମେ ବାଲିମେଳା ବୁଡି ଅଞ୍ଚଳର ଏହି ଲୋକମାନେ ପାହାଡରେ ଏବେ ହଳଦି ଚାଷ କରି ବେସ୍ ଲାଭବାନ ହେଉଥିବା କହିଛନ୍ତି।

ଚିତ୍ରକୋଣ୍ଡା ଠାରୁ ଜାନବାଇ ଗୁରୁପ୍ରିୟା ସେତୁ ନିକଟ ମୁଖ୍ୟରାସ୍ତା କଡରେ ଥିବା ପଣସଗନ୍ଧି ଗ୍ରାମର ଦୁଇଜଣ କନ୍ଧ ସମ୍ପ୍ରଦାୟର ମହିଳା ଦୈମତି ହନ୍ତାଳ ଓ କୌଶଲ୍ୟା ହନ୍ତାଳ ୩୦୦ ଫୁଟ୍ ଉଚ୍ଚତାରେ ଥିବା ଏକ ପାହାଡରେ ହଳଦି ଚାଷ କରୁଥିବା ଦେଖିବାକୁ ମିଳିଛିା

ଉଭୟ ମହିଳା ପ୍ରକାଶ କରିଛନ୍ତି ଯେ, ତାଙ୍କର ପୂର୍ବ ପୁରୁଷ ମାନେ ବାଲିମେଳା ଜଳ ଭଣ୍ଡାରରେ ଲାଖଇଯୋଡି ବୋଲି ଏକ ଗ୍ରାମରେ ବାସ କରୁଥିଲୋ ଚିତ୍ରକୋଣ୍ଡା ଠାରେ ମାଟି ବନ୍ଧ ଯୋଜନାରେ ସେହି ସବୁ ଅଞ୍ଚଳରେ ଜଳମଗ୍ନ ହୋଇଯିବା ସହଜମି ବାଡି ବୁଡ଼ିଯିବ ବୋଲି ଜାଣିବା ପରେ ଗୁରୁପ୍ରିୟା ନଦୀ ନିକଟ ପାହାଡ ସଫା କରି ବସବାସ କରି ରହିଲେ।

ଗତ କିଛି ବର୍ଷ ହେଲା ବର୍ଷାଦିନେ ପାହାଡ ଉପରେ ହଳଦି ଚାଷ କରି ବାର୍ଷିକ ୨୦ରୁ ୩୦ ହଜାର ଟଙ୍କା ଆୟ କରିପାରୁଛନ୍ତି। ଏପରିକି ଖରାଦିନେ ଗ୍ରାମ ନିକଟରେ ଥିବା ଝରଣା କୁଳରେ ମଧ୍ୟ ହଳଦି ଚାଷ କରାଯାଉଛି।

ଆନ୍ଧ୍ର ଏବଂ ଓଡିଶାର ଅନେକ ବ୍ୟବସାୟୀ କେଜି ପ୍ରତି କେବଳ ୨୦ ରୁ ୨୫ ଟଙ୍କାରେ ଖରିଦ କରି ନିଉଥିବା ଜଣାପଡିଛି । ଯାହାକୁ ସେମାନେ ବାହାରେ ୫୦ରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତିା ସରକାରଙ୍କ ତରଫରୁ ଯଦି ଧାନ ଓ ବାଦାମ ପରି ହଳଦି ଖରିଦ କରନ୍ତି ତେବେ ଆଦିବାସୀମାନେ ଅଧିକ ଅର୍ଥ ଉପାର୍ଜନ କରିପାରନ୍ତେ।

କେବଳ ପଣସଗନ୍ଧି ଗ୍ରାମବାସୀ ହିଁ ନୁହଁନ୍ତି ଜଳଭଣ୍ଡାର ଭିତରୁ ଉଠିଆସି ଜଙ୍ଗଲ ଭିତରେ ଥିବା ଅନେକ ଗ୍ରାମବାସୀ ଏବେ ହଳଦି ଚାଷକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତିା ଆଉ ଟିକେ ସରକାରୀ ପ୍ରତ୍ସାହନ ମିଳିଲେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହୋଇପାରନ୍ତା।

Comment