ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୫ରୁ ୯ ତାରିଖ ପର୍ଯ୍ୟନ୍ତ ସୃଜନ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପର୍ବ’ ଅନୁଷ୍ଠିତ ହେବ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ।

ଚଳିତ ବର୍ଷ ପାଇଁ ଡକ୍ଟର ସଚ୍ଚି ଦାସ (ଥିଏଟର), ଗୁରୁ ଲିଙ୍ଗରାଜ ବେହେରା (ନୃତ୍ୟ)ଙ୍କୁ ନାଲ୍‌କୋ ଗୁରୁ କେଳୁ ଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯିବ।

ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ର, କୋଲକାତାର ଓଡ଼ିଶୀ ନୃତ୍ୟଶିଳ୍ପୀ ସୁବିକାଶ ମୁଖାର୍ଜୀ, ଦିଲ୍ଲୀର କଥକ ନୃତ୍ୟଶିଳ୍ପୀ ସ୍ୱାତୀ ସିହ୍ନା, ମୁମ୍ବାଇର ଓଡ଼ିଶୀ ମର୍ଦ୍ଦଳ ବାଦକ ରୋହନ ସୁରେଶ ଦହାଲେଙ୍କୁ ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ।

Comment