ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥ ଉଦଘାଟନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ଏହି ପ୍ରଚାର ରଥ ଜିଲ୍ଲାର ୧୩ଟି ଲ୍ୟାମ୍ପର ଚାଷୀଙ୍କୁ ପଞ୍ଜିକରଣ କରିବା ପାଇଁ ସଚେତନତା କରିବ।

ଯେଉଁ ଚାଷୀମାନେ ଆଗାମୀ ଖରିଫ୍‌ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ ଓ ନବୀକରଣ କରାଇ ନାହାନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପଞ୍ଜିକରଣ ଓ ନବୀକରଣ କରିପାରିବେ।

ଏହି ପ୍ରଚାର ରଥ ଉଦଘାଟନ କରିବା ବେଳେ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି  ଅଧ୍ୟକ୍ଷ କରୁଣାକର ରାଇକା, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅବକାଶ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ବେବର୍ତ୍ତା, ନବରଙ୍ଗପୁର ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଏ ରାମ ପ୍ରସାଦ, ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ରାଜେନ୍ଦ୍ର ତ୍ରିପାଠୀ ଏବଂ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଅଶୋକ ନନ୍ଦ, ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment