ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣି ଘାଟି ଉପରେ ଓଲଟିଲା ପିଆଜ ଟ୍ରକ। ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକର ଡ୍ରାଇଭର ଓ ହେଲପରକୁ ଗୁରୁତର ହୋଇଯାଇଥିଲେ। ଖବରପାଇ ବାଙ୍ଗିରିପୋଷି ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭର ଏବଂ ହେଲ୍‌ପରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ନାସିକରୁ ପିଆଜ ଵୋଝେଇ ଟ୍ରକଟି କୋଲକାତା ଯାଉଥିଲା। ଅନୁରୂପ ଭାବେ ଆଉ ଦୁଇଟି ଟ୍ରକ ମଧ୍ୟ ଏହି ଘାଟିରେ ଗତକାଲି ରାତିରେ ଓଲଟି ପଡ଼ିଥିଲା। ବାଙ୍ଗିରିପୋଷି ପୋଲିସ ଘଟଣାର ତଦନ୍ତ କରୁଛି। ଜାତୀୟ ରାଜପଥରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ମରଣଯନ୍ତା ପାଲଟିଯାଇଛି ଏହି ଘାଟି ରାସ୍ତା।

Comment