ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଚାରି ଦଫା ଦାବି ନେଇ ଆଜି ଆଶା କର୍ମୀମାନେ ସିଡିଏମଓ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଶାକର୍ମୀ ୟୁନିୟନର ସମସ୍ତ ସଦସ୍ୟାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ଆଶା କର୍ମୀମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଏକ ଶୋଭାଯାତ୍ରାରେ ବାହାରି ସିଡିଏମଓ କାର୍ଯ୍ୟାଳରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଶା କର୍ମୀଙ୍କୁ ଭତ୍ତା, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦ହଜାର ଟଙ୍କା ଅନୁଦାନ, ଜନନୀ ସୂରକ୍ଷା ଯୋଜନାରେ ଭତ୍ତା ପ୍ରଦାନ କରିବା ଏବଂ ସ୍ତ୍ରୀ ବନ୍ଧ୍ୟାକରଣ ପ୍ରାପ୍ୟ ରାଶି ପ୍ରଦାନ କରିବା ଆଦି ଦାବିରେ ବିକ୍ଷୋଭ ହୋଇଥିଲା। ଏଡିଏମଓ ଅମରେନ୍ଦ୍ର ମହାନ୍ତି ଆଶାକର୍ମୀମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।

ଦାବି ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଘ। ଅପରପକ୍ଷରେ ସେମାନଙ୍କ ଦାବି ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବେ ବୋଲି ଏଡିଏମଓ ଅମରେନ୍ଦ୍ର ମହାନ୍ତି କହିଛନ୍ତି।

Comment