ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ସ୍ୱାମୀ ନିଜ ସ୍ତ୍ରୀର ବାମ ହାତକୁ କଟୁରୀରେ ହାଣି ଅଲଗା କରିଦେଇଛି। ସ୍ତ୍ରୀର କଟା ହାତକୁ ଧରି ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ପୋଲିସ ତାକୁ ଗିରଫ କରିଛି।

ଗୁରୁତର ସ୍ତ୍ରୀକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ। ଏଭଳି କାଣ୍ଡ କାହିଁକି ଘଟିଲା ସେନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ। ପାରିବାରିକ କଳହ କିମ୍ବା ପରକୀୟ ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ତଦନ୍ତ ଜାରି ରଖିଛି।

ପୋଲିସ ସ୍ୱାମୀ ଗୟା ନାଏକକୁ ଗିରଫ କରି ଥାନାରେ ରଖିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସ୍ତ୍ରୀ ପାନା ନାଏକର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି।

Comment