ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକଟରେ ଭାରତ ଆସିଥିବା ହଲିଉଡ ଷ୍ଟାର ବିଲ୍ ସ୍ମିଥ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ଆଗରୁ ଅନ୍ୟ ହଲିଉଡ ଷ୍ଟାରମାନେ ବି ଏକଥା ଚାହିଁଛନ୍ତି। ଜାଣନ୍ତୁ ଅଧିକ ଏହି ପ୍ରସଙ୍ଗରେ….

ହଲିଉଡର ଲୋକପ୍ରିୟ ଅଭିନେତା ବିଲ୍ ସ୍ମିଥ୍ ଭାରତ ଗସ୍ତରେ ଅଛନ୍ତି। ସେ ନିଜର ଇଣ୍ଡିଆ ଟୁରକୁ ମଧ୍ୟ ଖୁବ୍ ଏନ୍‌ଜୟ କରୁଛନ୍ତି। ବିଲ୍ ସ୍ମିଥ୍ ଜଣେ ଚର୍ଚ୍ଚିତ ଓ ଦକ୍ଷ ଅଭିନେତା, ଏଥିରେ କାହାର ସନ୍ଦେହ ନାହିଁ। ଏହି କାରଣରୁ ତାଙ୍କୁ ଭାରତରେ ଖୁବ୍ ଭଲଭାବେ ସ୍ୱାଗତ କରାଯାଇଛି।

ନିକଟରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ହଲିଉଡ ଷ୍ଟାର ବିଲ ସ୍ମିଥଙ୍କୁ ୱଲକମ କରିଛନ୍ତି। ସେ ତାଙ୍କର ସୋସିଆଲ ଆକାଉଣ୍ଟରେ ବିଲ୍ ସ୍ମିଥଙ୍କ ସହିତ ନିଜର ଏକ ଫଟୋ ସେଆର କରିଛନ୍ତି। ଏହି ଫଟୋରେ ବଲିଉଡ ଷ୍ଟାର ରଣବୀର ସିଂହକୁ ମଧ୍ୟ ଦେଖିବାକୁ ମିଳିଛି।

ଏବେ ଆହୁରି ଚର୍ଚ୍ଚା ହେଉଛି ଯେ, କରଣ ଜୋହର ତାଙ୍କର ଲୋକପ୍ରିୟ ଚାର୍ଟ ଶୋ’ କଫି ଉଇଥ୍ କରଣ’ରେ ମଧ୍ୟ ବିଲ୍ ସ୍ମିଥଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି। ଅବଶ୍ୟ ଏକଥାର ଖୁଲାସା ହୋଇନାହିଁ।

ବିଲ୍ ସ୍ମିଥ୍ ଇଣ୍ଡିଆ ଟୁର ଅବସରରେ ଇଣ୍ଡିଆନ୍ ସିନେମା ସମିଟ୍ ପାଇଁ ଫରହାନ୍ ଅଖତାରଙ୍କୁ ଏକ ସାକ୍ଷାତକାର ଦେଇଥିଲା। ସେଥିରେ ବିଲ୍ କହିଛନ୍ତି ଯେ, “ପ୍ରାୟ ପନ୍ଦର ବର୍ଷ ପୂର୍ବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଭେଟିଥିଲେ। ସେ ସମୟରେ ବିଲ୍ ସ୍ମିଥ୍ ଐଶ୍ୱର୍ଯ୍ୟାଙ୍କ ସହିତ କାମ କରିବାର ଅଭିଳାଷ ଜାହିର କରିଥିଲେ।“ ଆଜି ବି ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ କରିବାର ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି ହଲିଉଡ୍ ଷ୍ଟାର ବିଲ୍ ସ୍ମିଥ୍।

ବିଲ୍ ସ୍ମିଥ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ ଓ ତାଙ୍କ ସହିତ ଛୋଟିଆ ଭୂମିକା ମିଳିଲେ ବି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ବିଲ୍ ସ୍ମିଥ କହିଛନ୍ତି ଯେ, “ସେ ‘ହିଚ୍’ ଟାଇଟଲରେ ନିର୍ମିତ ଏକ ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ।“ ସେହି ସମୟରେ ଐଶ୍ୱର୍ଯ୍ୟାଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା।

କିନ୍ତୁ ଠିକ୍ ସେହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ‘ବ୍ରାଇଡ୍ ଆଣ୍ଡ ପ୍ରିଜ୍ୟୁଡିସ୍’ ଫିଲ୍ମ ପାଇଁ ସମୟ ଦେଲେ। ‘ହିଚ୍’ ପାଇଁ ସମୟ ଦେଇ ପାରିନଥିଲେ। ଫଳତଃ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାର ତାଙ୍କର ଇଚ୍ଛା ପୂରଣ ହୋଇପାରିନଥିଲା ବୋଲି କହନ୍ତି ବିଲ୍ ସ୍ମିଥ୍।

ବିଲ୍ ସ୍ମିଥ୍ ନିକଟରେ ନିଜର ୫୦ତମ ଜନ୍ମ ଦିବସ ପାଳିଛନ୍ତି। ସେ ତାଙ୍କର ଲମ୍ବା କ୍ୟାରିଅର ଭିତରେ ବହୁ ସିନେ ନାୟିକାଙ୍କ ସହିତ କାମ କରିଛନ୍ତି। ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ ନ କଲେ ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଯିବ ବୋଲି ମନେ କରନ୍ତି ବିଲ୍ ସ୍ମିଥ୍।

କେବଳ ବିଲ୍ ସ୍ମିଥ୍ ନୁହନ୍ତି, ଆଉ କେତେକ ହଲିଉଡ ଷ୍ଟାର ମଧ୍ୟ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ କରିବାର ଇଚ୍ଛା ଜାହିର କରିଥିଲେ। ଏମାନଙ୍କ ମଧ୍ୟରେ ଜଣେ ହେଲେ ରିଚାର୍ଡ ଗେରେ। ଠିକ୍‌ ସେହିପରି ହଗ୍, ଜାକମ୍ୟାନ୍ ମଧ୍ୟ ଐଶ୍ୱର୍ଯ୍ୟାଙ୍କର ଫ୍ୟାନ୍ ଓ ସେ ବି ତାଙ୍କ ସହିତ କାମ କରିବାକୁ ଚାହାନ୍ତି।

ଏ ଦୁଇ ଦାମୀ ହଲିଉଡ ଷ୍ଟାରଙ୍କ ସହିତ ବିଭିନ୍ନ ଅବସରରେ ମଧ୍ୟ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ସାକ୍ଷାତ ଆଲୋଚନା ହୋଇଛି। କିନ୍ତୁ ଏଯାଏଁ ଏକାଠି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିନାହିଁ।

Comment