ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସା ବିଭାଗ (ଏମ ସି ଏଚ)ଠାରେ ଜିଲ୍ଲା ସ୍ଥରୀୟ କର୍କଟ ରୋଗୀ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ଶିବିର ଅନୁଷ୍ଠିତ ହୋଇଛି।

ଏହି ଶିବିରରେ ଜିଲ୍ଲାପାଳ ରୋଗୀଙ୍କୁ କିଭଳି ଚିକିତ୍ସାଭିତ୍ତିକ ସୁବିଧା ସୁଯୋଗ ଦିଆଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କକ୍ଷର କ’ଣ ସବୁ ବ୍ୟବସ୍ଥା କରାଯାଇଛି ତାହା ଅନୁଧ୍ୟାନ କରିଥିଲେ।

ଏହି ଶିବିରରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

“ଶହେରୁ ଅଧିକ ରୋଗୀ ଏହି ଶିବିରକୁ ଆସିଛନ୍ତି। କେମୋ ଥେରାଫି ଦିଆଯାଉଛି।  ବିଶେଷଜ୍ଞମାନେ କ୍ୟାମ୍ପ ଶିବିର କରି ରୋଗୀଙ୍କ ସହ ସିଧାସଳଖ କଥାହେବା ସହ ରୋଗୀଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି,” କହିଛନ୍ତି ଜିଲ୍ଲାପାଳ ମିଶ୍ର।

ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଆହୁରି ମଧ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଡାକ୍ତରଖାନାରେ ଏଭଳି କାର୍ଯ୍ୟକ୍ରମ କରାଯିବ। ସରକାର ସମସ୍ତ ଚିକିତ୍ସା ବହନ କରୁଛନ୍ତି ଏବଂ ମାଗଣାରେ ଚିକିତ୍ସା ମଧ୍ୟ ହୋଇପାରିଛନ୍ତି।”

ମୁମ୍ବାଇର ଏସିଆନ ଇନଷ୍ଟିଚ୍ୟୁଟର ବିଶେଷଜ୍ଞ ଡାକ୍ତର ଦିନେଶ ପେନ୍ଦ।ରକର ଓ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ନାରାୟଣ ମିଶ୍ର, ଡାକ୍ତର ନିରଞ୍ଜନ ମିଶ୍ର, ଡାକ୍ତର ଦେବବ୍ରତ ଡାକୁଆ ଏହି ଶିବିରରେ ପରାମର୍ଶ ଦେବାସହ ଅସ୍ତ୍ରୋପଚାର ହୋଇଥିବା ରୋଗୀଙ୍କ ସ୍ଥିତି ପରଖି ଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ନାୟକ, ଡି ପି ଏମ ସୁଶାନ୍ତ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Comment