ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ରାତି ୮ଟାରେ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପ୍ରଥମ ଥର ପାଇଁ ରାତିରେ ହୋଇଛି କ୍ଷେପଣାସ୍ତ୍ର ଅଗ୍ନି-୧ର ପରୀକ୍ଷା।

ପରମାଣୁ କ୍ଷମତା ବିଶିଷ୍ଟ ଅଗ୍ନି-୧କୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ କମାଣ୍ଡ୍ ଫୋର୍ସର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ଏହି ବାଲିଷ୍ଟିକ୍ ମିସାଇଲ୍ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

ଅଗ୍ନି-୧ର ଓଜନ ପ୍ରାୟ ୧୨ ଟନ୍‌, ଲମ୍ବ ୧୫ ମିଟର ରହିଛି। ୭୫୦ରୁ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବା କ୍ଷମତା ରହିଛି। ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି ରହିଛି। ଏଥିରେ ୧୦୦୦ କେଜି ଯୁଦ୍ଧାସ୍ତ୍ର ବହିବାର କ୍ଷମତା ରହିଛି।

ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହାର ବିକାଶ କରାଯାଇଛି। ଡିଆରଡିଓ ପକ୍ଷରୁ ଏବେ ନିଜର ଅଧିକାଂଶ କ୍ଷେପଣାସ୍ତ୍ରର ରାତିରେ ପରୀକ୍ଷଣ କରାଯାଉଛି।

 

Comment