ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପାଇକନଗରରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁବନେଶ୍ୱରସ୍ଥିତ ପାଇକନଗରରେ ଶୁକ୍ରବାର ଅପରାହ୍ଣରେ ଭୁଶୁଡ଼ିଲା ପାଉଁରୁଟି ଫ୍ୟାକ୍ଟ୍ରର କାନ୍ଥ। ତେବେ ପାଉଁରୁଟି ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ିବା ଫଳରେ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଗୁରୁତରମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ବରମୁଣ୍ଡା ପାଇକନଗରରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିରେ ଏଭଳି ଘଟଣା ଘଟିଛି। ଡ୍ରେନ ଖୋଳା ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥି। ଖବର ମିଳିବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଏହାଛଡ଼ା ସ୍ଥାନୀୟ ପୋଲିସକୁ ମଧ୍ୟ ଏବିଷୟରେ ସୂଚନା ଦିଆଯାଇଛି। ଆଉ କିଛି ଲୋକ ମଧ୍ୟ କାନ୍ଥ ତଳେ ଥିବା ନେଇ ସନ୍ଦେହ କରୁଛନ୍ତି ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ।
ଏବେ ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


















