ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶର ଦୁଇଟି ବଡ଼ ସହର ନାମ ବଦଳିବା ପରେ ଏବେ ଅହମଦାବାଦର ପାଳି। ଗୁଜୁରାଟର ଅହମଦାବାଦ ନାମ ବଦଳାଯାଇ ହେବ କର୍ଣ୍ଣାବତୀ।

ଗୁଜରାଟର ଉପମୁଖମନ୍ତ୍ରୀ ନିତିନଭାଇ ପଟେଲ ଗଣମାଧ୍ୟମକୁ କହିଛନ୍ତି, “ତାଙ୍କ ସରକାର ଅହମଦାବାଦର ନାମ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଆଇନଗତ କଟକଣା ଏଡ଼ାଇ ପାରିଲେ ଓ ଲୋକଙ୍କ ଆବଶ୍ୟକ ସମର୍ଥନ ପାଇଲେ, ଏହା ସମ୍ଭବ ହୋଇପାରିବ।”

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି, “ଅହମଦାବାଦର ନାମ ବଦଳିବା ପାଇଁ ଚର୍ଚ୍ଚା ବହୁ ପୂର୍ବରୁ ହୋଇଛି। ଏହି ସହର ନାମ ପରିବର୍ତ୍ତନ କରିବା ଉପରେ ବିଚାର କରାଯାଉଛି। ଏବଂ ଏହାର ନାଁ କର୍ଣ୍ଣାବତୀ ରଖାଯିବ ।ଅହମଦାବାଦର ଲୋକେ କର୍ଣ୍ଣାବତୀ ନାଁକୁ ପସନ୍ଦ କରୁଛନ୍ତି। ଠିକ୍ ସମୟ ଆସିଲେ, ନାଁ ପରିବର୍ତ୍ତନ କରାଯିବ।”

କୁହାଯାଏ, ଅହମଦାବାଦ ସହରକୁ ଅହମଦ ଶାହା ରାଜା ବନେଇଥିଲେ। ଯାହାଫଳରେ ଏହାର ନାମ ଅହମଦାବାଦ ରଖାଯାଇଥିଲା।

କୁହାଯାଉଛି, କର୍ଣ୍ଣାବତୀ ହେଉଛି ଅହମଦାବାଦର ପ୍ରାଚୀନ ନାମ।

ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ। ଏହା ପୂର୍ବରୁ ଯୋଗୀ ସରକାର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଥିଲେ।

Comment