ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ ୟୁଟ୍ୟୁବରେ ପୂରା ଫିଲ୍ମ ଦେଖିବାକୁ ହେଲେ ଟଙ୍କା ଦେବା ପାଇଁ ପଡ଼ୁଥିଲା। ଏଥିପାଇଁ ଅପସନ ମିଳୁଥିଲା, ଆପଣ କାହାଠୁ ଆଣୁଥିଲେ କିମ୍ବା ଫିଲ୍ମ କିଣୁଥିଲେ। ତାହା ଛଡ଼ା କିଛି ଫିଲ୍ମ ମଧ୍ୟ ଆପଣ ମାଗଣାରେ ଦେଖିପାରୁଥିଲେ।

ୟୁଟ୍ୟୁବ ଏବେ ନୂଆ ଫିଚର୍ସ ଆଣୁଛି, ଯାହାଦ୍ୱାରା ଆପଣ ମାଗଣାରେ ଫିଲ୍ମ ଦେଖିପାରିବେ। ଯାହାର ନାଁ ରହିଛି ‘ଫ୍ରି ଟୁ ୱାଚ୍’। ଫ୍ରି ଫିଲ୍ମରେ ବି ଆପଣ ବିଜ୍ଞାପନ ଦେଖିପାରିବେ, କିନ୍ତୁ ଫିଲ୍ମରେ କେତେ ବିଜ୍ଞାପନ ଏବଂ ଫ୍ରିକୁଏନ୍‌ସି ରହିବ ତାହା ଗୁଗୁଲ ପକ୍ଷରୁ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ।

ହଲିଉଡ ଷ୍ଟୁଡିଓ ସହ କାଲିଫର୍ଣ୍ଣିଆରଏକ କମ୍ପାନୀ ଏଥିପାଇଁ ପାର୍ଟନରଶିପ କରିଛି। ଏହି ତାଲିକାରେ ୧୦୦ଟି ଫିଲ୍ମ ରହିଛି। ଆଗାମୀ ଦିନରେ ଆହୁରି ଅଧିକ ଫିଲ୍ମ ଆଡ୍ କରାଯିବ। ଏଥିରେ ଦୁଇଟି ଟର୍ମିନେଟର, ହ୍ୟାକର୍ସ, ରକି ସିରିଜ ଫିଲ୍ମ ସାମିଲ ରହିଛି। ଏହି ତାଲିକାରେ ବଲିଉଡର କୌଣସି ଫିଲ୍ମ ନାହିଁ, କିନ୍ତୁ ଆଗାମୀ ଦିନରେ ବଲିଉଡ ଫିଲ୍ମ ମଧ୍ୟ ଆସିପାରେ।

“ଗ୍ରାହକଙ୍କ ଚାହିଦା ଓ ହିତକୁ ଦୃଷ୍ଟିରେ ରଖି କମ୍ପାନି ନୂଆ ଫିଚର୍ସ ଆଣୁଛି,” କହିଛନ୍ତି ୟୁଟ୍ୟୁବ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ରୋହିତ ଧୱନ। ୟୁଜର୍ସ ଫ୍ରି ଫିଲ୍ମ ଦେଖିବା ସହିତ ବିଜ୍ଞାପନଦାତାଙ୍କୁ ବିଜ୍ଞାପନ କରିବାର ସୁଯୋଗ ମିଳିବ।

Comment