ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରୁ ଗୃହରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବି ରଖିବାକୁ ପଡ଼ିଛି। ଅଧିବେଶନର ଚତୁର୍ଥ ଦିନରେ ବି ସେହି ସମାନ ପରିସ୍ଥିତ ଦେଖିବାକୁ ମିଳିଛି। ପୂର୍ବ ଦିନ ଭଳି ମଙ୍ଗଳବାର ବି ଗୃହ ଆରମ୍ଭରୁ ହୋ-ହଲ୍ଲା ପରିସ୍ଥିତି ଉପୁଜିଥିଲା।

ଯାହା ଫଳରେ ପ୍ରଥମେ ୩ଟା ଯାଏଁ ଗୃହ ମୁଲତବି ରହିଥିଲା। ଏବେ ପୁଣିଥରେ ଅପରାହ୍ଣ ୫ ଯାଏଁ ଗୃହ ମୁଲତବି ରହିଥିଲା। ତେବେ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ତାଙ୍କ ଚିଠିରେ ବିଜେଡି ଓ କଂଗ୍ରେସର ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ଏହି ଚିଠି ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ବିଧାନସଭାର ମଝିରେ ହଙ୍ଗାମା କରିଥିଲେ।

ଏଥିସହ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଥିଲେ। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଶାନ୍ତ ପରିସ୍ଥିତ ସୃଷ୍ଟି ହୋଇଥିଲା। ଯାହା ଫଳରେ ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ପ୍ରଦୀପ ଅମାତ ସର୍ବଦଳୀୟ ବୈଠକ ଡାକିଥିଲେ। ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ ଲାଗି ରହିଛି।

ପ୍ରଥମ ଦିନରୁ ହିଁ କିଛି ନା କିଛି ପ୍ରସଙ୍ଗ ପାଇଁ ବିରୋଧୀ ଦଳ ଓ ଶାସକ ଗୃହରେ ହୋ ହାଲ୍ଲା କରିଛନ୍ତି। ଯାହାଫଳରେ ଚତୁର୍ଥ ଦିନରେ ବି ଗୃହ ସୁରୁଖୁରୁରେ ଚାଲି ପାରିନାହିଁ।

Comment