ଓଡ଼ିଶାଲାଇଭ୍ ବ୍ୟୁରୋ

ହାତୀମାନଙ୍କ ଚିକିତ୍ସା ପାଇଁ ମଥୁରାରେ ଖୋଲିଛି ଦେଶର ପ୍ରଥମ ହାତୀ ହସ୍ପିଟାଲ।

ମଥୁରାରେ ଖୋଲିଛି ଦେଶର ପ୍ରଥମ ହାତୀ ହସ୍ପିଟାଲ। ଆଗ୍ରା ବନ ଉପଖଣ୍ଡ ଅଧୀନରେ ଏହି ହସ୍ପିଟାଲ ରହିଛି। ଡିଜିଟାଲ ଏକ୍ସରେ, ଲେଜର ଟ୍ରିଟମେ, ଥର୍ମାଲ ଇମେଜିଂ ଓ ଟ୍ରାଙ୍କୁଲାଇଜେସନ ପରି ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏହି ହସ୍ପିଟାଲରେ ହାତୀଙ୍କୁ ଦିଆଯିବ। ଦେଶରେ ହାତୀ ମୃତ୍ୟୁ ବୃଦ୍ଧି ପାଉଥିବାବେଳେ ବନବିଭାଗର ନିଆରା ଉଦ୍ୟମକୁ ଚାରିଆଡ଼ୁ ପ୍ରଶଂସା ଆସିବାରେ ଲାଗିଛି।

ଆହତ କିମ୍ବା ରୋଗଗ୍ରସ୍ତ ହାତୀଙ୍କୁ ଏହି ଡାକ୍ତରଖାନାରେ ଚିକିତ୍ସା କରାଯିବ। ପାଖାପାଖି ୧୨ ହଜାର ବର୍ଗଫୁଟ ଅଞ୍ଚଳରେ ହସ୍ପିଟାଲ ନିର୍ମିତ ହୋଇଛି। ହାତୀଙ୍କ ଚିକିତ୍ସା ସହ ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିବ। ହାତୀ ଚିକିତ୍ସା କ୍ଷେତ୍ରରେ ଜ୍ଞାନ ଆହରଣ ପାଇଁ ବନ୍ୟଜନ୍ତୁ ସମ୍ପଦ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କର୍ମଶାଳା ରହିଛି।

 

ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ଭାରତରେ ହାତୀଙ୍କୁ ବିଶେଷ ମର୍ଯ୍ୟାଦା ଦିଆଯାଉଥିବା ବେଳେ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି। ଏ ଦିଗରେ ଏହି ହାତୀ ହସ୍ପିଟାଲ ବିଶେଷ ଭାବେ ସହାୟକ ହେବ କୁହାଯାଉଛି। ସମଗ୍ର ଏସିଆରେ ଯେତିକି ହାତୀ ଅଛନ୍ତି ସେଥିରୁ ଭାରତରେ କେବଳ ୫୦ରୁ ୬୦ ପ୍ରତିଶତ ହାତୀ ରହୁଛନ୍ତି।

Comment