ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ଅପରାହ୍ଣରେ କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି।

କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ଶନିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୨ ଫୁଟ୍ ଗଭୀର କେନାଲ ଭିତରକୁ ଖସି ପଡ଼ିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ମଧ୍ୟ ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ବସ୍‌ଟି କର୍ଣ୍ଣାଟକର ପାଣ୍ଡବପୁରାରୁ ମାଣ୍ଡୟା ଅଭିମୁଖେ ଆସୁଥିଲେ। ଏହି ବସ୍‌ରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଦଉଡ଼ି ସାହାଯ୍ୟରେ ବସ୍‌ରୁ ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍‌ରେ ଅଧିକ ସ୍କୁଲ ଛାତ୍ର ଥିଲେ। ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକର ଛାୟା ଖେଳିଯାଇଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଦୁଃଖପ୍ରକାଶ କରିବା ସହ ସମସ୍ତ କାର୍ଯ୍ୟ ବାତିଲ କରି  ଦୁର୍ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମର୍ମନ୍ତୁଦ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଓ ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଏତେବ ଡ଼ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର।

Comment