ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜଧାନୀରେ ୧୬ ଦିନ ଧରି ଚାଲିବ ‘ଡଟ୍ ଫେଷ୍ଟ’
  • ସଙ୍ଗୀତ ପରିବେଷଣ କରିବେ ବଲିଉଡ କଣ୍ଠଶିଳ୍ପୀ

ବିଶ୍ୱକପ୍‌ ଚାଲିଥିବା ବେଳେ ଦର୍ଶକଙ୍କୁ ଉତ୍ସବରେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ଡିସେମ୍ବର ୧ରୁ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଛି ‘ଡଟ୍ ଫେଷ୍ଟ’। ୧୬ ଦିନ ଧରି ରାଜଧାନୀରେ ଆୟୋଜିତ ହେଉଛି ଏହି ଷ୍ଟ୍ରିଟ କାର୍ଣ୍ଣିଭାଲ। ବର୍ତ୍ତମାନ ଦର୍ଶକଙ୍କ ନଜର ‘ଡଟ୍ ଫେଷ୍ଟ’ ଉପରେ ରହିଛି।

ଏହି ‘ଡଟ୍ ଫେଷ୍ଟ’ରେ ବଲିଉଡ ଜଗତର ନାମୀଦାମୀ କଣ୍ଠଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଫେଷ୍ଟରେ ଏକାଠୀ ହେବେ ଶ୍ରେୟା ଘୋଷାଲ, ଶାନ୍‌, ବିଶାଲ ଓ ଶେଖର, ଫରହନ୍ ଅଖତର, ଶଙ୍କର ଏହସାନ ଲୟ ଏବଂ ସୋନା ମହାପାତ୍ର।

‘ଡଟ୍ ଫେଷ୍ଟ’ର ପ୍ରଥମ ଦିନ ନାମୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବିଶାଳ ଓ ଖେଶର ଗୀତ ପରିବେଷଣ କରିବେ। ଡିସେମ୍ବର ୩ରେ ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ କାର୍ଯ୍ୟକ୍ରମ ରହିଛି। ଉତ୍ସବର ମୁଖ୍ୟ ଆକର୍ଷଣ ଶ୍ରେୟା ଘୋଷାଲଙ୍କ ଶୋ’। ୮ରେ ଯୁବପିଢ଼ିଙ୍କ ନଜର ଶ୍ରେୟାଙ୍କ ଉପରେ ରହିବ। ଏହା ବ୍ୟତୀତ ୯ରେ ଶାନ୍‌ଙ୍କ କାର୍ଯ୍ୟକ୍ରମ ରହିଛି। ୧୪ରେ ପରହାନ ଅଖତରଙ୍କ ହିଟ ଗୀତ ଶୁଣିବାକୁ ପାଇବେ ଦର୍ଶକ ଏବଂ ୧୬ ତାରିଖରେ ଶଙ୍କର ଏହସାନ ଲୟଙ୍କ କାର୍ଯ୍ୟକ୍ରମରେ ଶେଷ ହେବ।

୧୬ ଦିନର ‘ଡଟ୍ ଫେଷ୍ଟ’ରେ ଟିକେଟ ବ୍ୟବସ୍ଥା ହୋଇଛି। ୬ ଦିନର ଷ୍ଟାର ନାଇଟକୁ ଛାଡ଼ିଦେଲେ ଅନ୍ୟ ୧୦ ଦିନ କାର୍ଯ୍ୟକ୍ରମରେ କୌଣସି ଟିକେଟ ରଖାଯାଇନାହିଁ। ବୁକ୍‌ ମାଇ ଶୋ’ ଜରିଆରେ ଗ୍ରାହକ ଟିକେଟ କରିପାରିବେ। ଅଫ୍‌ଲାଇନ୍‌ରେ ମଧ୍ୟ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆସ୍ଥିତ ଏକାମ୍ର ହାଟ ଗେଟ୍‌ ପାଖରେ ୪ ଟି ଅଫ୍‌ଲାଇନ୍‌ ଟିକେଟ କାଉଣ୍ଟର ଖୋଲାଯାଇଛି। ବର୍ତ୍ତମାନ କେବଳ ୫୦୦ ଏବଂ ୭୫୦ ଟିକେଟ ବିକ୍ରି ହେବା ପାଇଁ ରହିଛି। ତେବେ ୭୫୦ ଟଙ୍କା ଟିକେଟ ପାଇଁ ସୋଫା ଚେୟାର୍‌ର ବ୍ୟବସ୍ଥା ହୋଇଛି। ୫୦୦ ଟଙ୍କା ଟିକେଟ ପାଇଁ ପ୍ଲାଷ୍ଟିକ୍‌ ଚେୟାରର ବ୍ୟବସ୍ଥା କରାଯାଇଛି। ୨୫୦ ଟିକେଟ ପାଇଁ ଖାଲି ଛିଡ଼ା ହୋଇ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା କରାଯାଇଛି।

Comment