ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲାଭରମ୍ ପ୍ରକଳ୍ପ ମାମଲାରେ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୋଲାଭରମ ପ୍ରକଳ୍ପ ବିବାଦ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଗରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦୁଇ ରାଜ୍ୟ ତଥା ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଜନଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଶନିବାର ସୁଦ୍ଧା ଟର୍ମସ ଆଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୁପ୍ରିମକୋର୍ଟର ଜଷ୍ଟିସ୍ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଦ୍ଵାରା ଏହି ବିବାଦୀୟ ମାମଲାର ଶୁଣାଣି ହୋଇଛି।

ଏହି ପ୍ରକଳ୍ପ ଦ୍ଵାରା ଓଡ଼ିଶାର ବିଶେଷ କ୍ଷୟକ୍ଷତି ଘଟୁଥିବା ନେଇ  ଓଡ଼ିଶା ସରକାର ସୁପ୍ରିମକୋର୍ଟରେ  ଆବେଦନ କରିଥଲେ। ଛତିଶଗଡ଼ ସରକାର ବି ସମାନ ଅଭିଯୋଗ କରିଥଲେ।। ଏଥିସହ ପୋଲାଭରମ୍ ପ୍ରକଳ୍ପ ବନ୍ଦ କରିବାକୁ ଆବେଦନ ହୋଇଥିଲା। ଏହି ପ୍ରସଙ୍ଗରେ କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପକୁ ନେଇ ଦୀର୍ଘଦିନରୁ ବିବାଦ ଚାଲିଛି।

Comment