ଓଡ଼ିଶାଲାଇଭ୍ ବ୍ୟୁରୋ

ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା, ଚକଡ଼ା ଓ ଋଣ ବୋଝ ନେଲା ଜୀବନ।

ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ହାର ବଢ଼ିବାରେ ଲାଗିଛି। ହେଲେ ଚାଷୀ ମୃତ୍ୟୁକୁ ରୋକା ଯାଇପାରୁନି। ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସାମନାକୁ ଆସିଛି।

ଆତ୍ମହତ୍ୟା କରିଥିବା ଚାଷୀ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବନିକା ସିଂହିଯୁବା ଗାଁର ଭୁତୁଲୁ କର୍ଣ୍ଣ। ଭୁତୁଲୁ ଚଳିତ ବର୍ଷ ନିଜର ୧ ଏକର ଜମିରେ ଚାଷ କରିବା ସହିତ ଆଉ ୧ ଏକର ଜମି ଭାଗକୁ ଆଣି ଚାଷ କରିଥଲେ। ଚାଷ କାର୍ଯ୍ୟ ପାଇଁ ଭୁତୁଲ ୨ ଲକ୍ଷ ୫୦ ହଜାର ଟଙ୍କା ଋଣ କରିଥିଲେ ।

ଗତ ବର୍ଷ ବି ଭୁତୁଲୁଙ୍କ ଚାଷ କରିଥିବା ଫସଲରେ ଚକଡ଼ା ପୋକ ଲାଗି ଫସଲ ହାନି ହୋଇଥିଲା। ଏ ବର୍ଷ ବି ସେ ଚାଷ କରିଥିବା ଫସଲରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଛି। ବାରମ୍ବାର ଫସଲ ହାନି ଯୋଗୁଁ ସେ ଦୀର୍ଘଦିନରୁ  ଚିନ୍ତାରେ ଥିଲେ।

ଶୁକ୍ରବାର ଭୁତୁଲୁ ଧାନ କାଟିବାକୁ ଯାଇଥିଲାବେଳେ ବିଲରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

ବାରମ୍ବାର ଫସଲ ହାନି ଓ ଋଣ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭୁତୁଲଙ୍କ ପତ୍ନୀ ଓ ତାଙ୍କ ପୁଅ।

Comment