ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ‘ଏୟାର ଏସିଆ’ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି।

ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଗୁରୁବାରଦିନ ମଧ୍ୟରାତ୍ରୀରେ ‘ଏୟାର ଏସିଆ’ର ଏକ ବିମାନ ବ୍ୟାଙ୍କକ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ୱାଟର କେନନ୍‌ ସାଲୁଟ ସହ ପ୍ରଥମ ଉଡ଼ାଣ କରିଛି ଏହି ବିମାନ। ପ୍ରଥମ ଦିନରେ ୨୮ ଜଣ ଯାତ୍ରୀଙ୍କୁ ନେଇ ଏୟାର ଏସିଆ ବିମାନ ଆରମ୍ଭ କରିଥିଲା। ଆଉ ଆସିଥିଲେ ୧୬୫ ଜଣ ଯାତ୍ରୀ।

ଏହି ବିମାନ ସପ୍ତାହକୁ ୩ ଦିନ ରବିବାର, ବୁଧବାର ଓ ଶୁକ୍ରବାର ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରିବ। ଏଠାରୁ ବିମାନ ରାତି ୧୨ ଟା ୨୫ରୁ ବାହାରି ବ୍ୟାଙ୍କକରେ ୪.୩୦ରେ ପହଞ୍ଚିବ।

ଓଡ଼ିଶାର ଯାତ୍ରୀମାନଙ୍କ ପାଇଁ ସଂସ୍ଥା ପ୍ରଥମ ତିନି ଦିନ ପାଇଁ ଭଡ଼ାରେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଛି। ଏଥିପାଇଁ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ୩ ଦିନ ଏସ୍‌ପ୍ଲାନେଡ ମଲ୍‌ରେ ଏୟାର ଏସିଆର ଷ୍ଟଲ ଲାଗିବ। ଯେଉଁ ଯାତ୍ରୀ ଏହି ଷ୍ଟଲରୁ ଟିକଟ ନେବେ ସେମାନଙ୍କୁ ୨୦ ପ୍ରତିଶତ ରିହାତିରେ ଟିକେଟ ମିଳିବ ବୋଲି ସଂସ୍ଥା ଘୋଷଣା କରିଛି।

Comment