ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓରେନ୍ ଇଣ୍ଟରନ୍ୟାସନାଲ ପକ୍ଷରୁ ଭୁବନେଶ୍ୱରରେ ବୈଷୟିକ ତାଲିମ କେନ୍ଦ୍ର ଉଦ୍‌ଘାଟିତ ହେଇଛି।

ରାଜଧାନୀ ଭୁବନେଶ୍ୱରରେ ଓରେନ୍ ଇଣ୍ଟରନ୍ୟାସନାଲ ଟ୍ରେନିଙ୍ଗ୍ ସେଣ୍ଟରର ଉଦ୍‌ଘାଟିତ ହୋଇଛି। ଭାରତ ସରକାରଙ୍କର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ସ୍ୱୀକୃତି ପ୍ରାପ୍ତ ଟ୍ରେନିଙ୍ଗ ପାର୍ଟନର ଭାବେ ଓରେନ୍ ଇଣ୍ଟରନ୍ୟାସନାଲ ଦେଶର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହାର ବୈଷୟିକ ତାଲିମ କେନ୍ଦ୍ର ଉଦ୍‌ଘାଟିତ ହୋଇଛି।

ସ୍ଥାନୀୟ ସତ୍ୟନଗରସ୍ଥିତ ସନ୍ତୋଷ ପ୍ଲାଜାରେ ଅବସ୍ଥିତ ଓରେନ୍ ଇଣ୍ଟରନ୍ୟାସନାଲର କାର୍ଯ୍ୟାଳୟକୁ ଏହାର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଦିନେଶ ସୁଧ୍ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ଓରେନ୍‌ର ଅଧିକ ଶାଖା ଖୋଲିବାକୁ ଆମେ ଲକ୍ଷ୍ୟ ରଖିଛୁ ଓ ରାଜ୍ୟରେ ଯୁବକ ଯୁବତୀମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭରଶୀଳ କରାଇବା ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦିନେଶ ସୁଧ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖାର ମୁଖ୍ୟ ଗୀତାଞ୍ଜଳୀ ଦାଶ ଅଧକ୍ଷତା କରିଥିଲେ।

ଓରେନ୍ ଇଷ୍ଟିଚ୍ୟୁଟ୍ ଭାରତର ୧୧ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଶ୍ରେଷ୍ଠ ଧନ୍ଦାମୂଳକ ଦ୍ୱାରା ୪୦,୦୦୦ରୁ ଅଧିକ ଯୁବକ ଯୁବତୀ ତାଲିମ ନେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେଥିମଧ୍ୟରେ ଅନେକ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଆରମ୍ଭ କରିଛନ୍ତି। ଓରେନ୍ ସେଣ୍ଟର ଆନ୍ତର୍ଜାତିକ ସ୍ତରରେ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଦକ୍ଷ ଏବଂ ଖ୍ୟାତସପଂନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ତାଲିମ ପ୍ରଦାନ କରିଆସୁଛି। ଆସନ୍ତା ୨୦୨୦ ସୁଦ୍ଧା ଓରେନ୍ ଇଣ୍ଟରନ୍ୟାସନାଲ ୨,୦୦,୦୦୦ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ଏବଂ ଦକ୍ଷ କରିବାକୁ ଲକ୍ଷ୍ୟ ରଖିଛି।

Comment