ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କପିଲ ଶର୍ମାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। କାରଣ ‘ଦ କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ମାତ୍ର ଶୋ କେବେ ଆରମ୍ଭ ହେବ, କେଉଁ କେଉଁ କଳାକାର ଶୋରେ ରହିବେ ଏହାକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ମାତ୍ର ଆମେ ଏବେ ଏସବୁରୁ ପରଦା ଉଠାଉଛୁ। ଆଜ୍ଞା ହଁ କପିଲ ଶର୍ମାଙ୍କ ନୂଆ ଶୋର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି। ‘ଦ କପିଲ ଶର୍ମା ଶୋ’ର ନୂଆ ସିଜିନ୍ ଡିସେମ୍ବର ୩୦ରେ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ଆରମ୍ଭ ହେବାକୁ ଯାଉଛି।

 ଶୋ’କୁ ନେଇ ସାମ୍ନାକୁ ଆସିଥିବା ନୂଆ ପ୍ରମୋରେ କପିଲ ରଣବୀର ସିଂ, ରୋହିତ ସେଠୀ ଓ ସାରା ଅଲ୍ଲୀ ଖାନଙ୍କ ସହିତ ଥିବା ଦେଖିବାକୁ ମିଳିଛି। ଏହା ସହିତ ଏହି ପ୍ରମୋରେ କମେଡିଆନ୍ କିକୁ ସାରଦା ମଧ୍ୟ ନଜର ଆସିଛନ୍ତି। ଏହି ପ୍ରମୋ କିଛି ସମୟ ପୂର୍ବରୁ କପିଲ ଶର୍ମାଙ୍କ ଫ୍ୟାନ୍‌ପେଜରେ ସେୟାର କରାଯାଇଛି।

Comment