ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ’ ୨୦୧୯ ଅଗଷ୍ଟ ୧୫ରେ ରିଲିଜ ହେବ।

ପ୍ରଭାସଙ୍କ ଅଭିନୀତ ‘ବାହୁବଳୀ’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ‘ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ୨୦୧୯ ଅଗଷ୍ଟ ୧୫ରେ  ରିଲିଜ ହେବ। ସ୍ଵାଧିନତା ଦିବସ ଭଳି ଏକ ବିଶେଷ ଅବସରରେ ଦର୍ଶକ ଏହି ଫିଲ୍ମ ଦେଖିବାକୁ ପାଇବେ।

‘ବାହୁବଳୀ’ ପରେ ‘ସାହୋ’ ଜରିଆରେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି ପ୍ରଭାସ। ‘ସାହୋ’ ୩ଟି ଭିନ୍ନ ଭିନ୍ନ ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ରିଲିଜ ହେବାକୁ ଯାଉଛି।

ତେବେ ‘ସାହୋ’ରେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର। ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ଜାକୀ ଶ୍ରଫ୍, ମନ୍ଦିରା ବେଦୀ ଆଦି ପମୁଖ କଳାକାର ନଜର ଆସିବେ।

ଫିଲ୍ମଟି ୨୦୧୯ର ସବୁଠାରୁ ବଡ଼ ଫିଲ୍ମ ତାଲିକାରେ ସାମିଲ ହୋଇଛି। ପ୍ରଭାସଙ୍କ ‘ବାହୁବଳୀ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ଜରିଆରେ ପ୍ରଭାସଙ୍କ ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଥିଲା।

Comment