ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏ.ଏ.ଆଇ) ପକ୍ଷରୁ ଜାନୁଆରୀ ୩୧, ୨୦୧୯ରୁ ପେବୃଆରୀ ୩ ପର୍ଯ୍ୟନ୍ତ ସପ୍ତମ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ ଆୟୋଜନ କରାଯିବ। ପ୍ରଥମ ଥର ପାଇଁ ଏହା ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି।

ଦେଶର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ନାଲ୍‌କୋ, ବେଦାନ୍ତ ଏବଂ ହିଣ୍ଡାଲ୍‌କୋ ଏହି କାର୍ଯ୍ୟକ୍ରମ ଆୟୋଜନ କରିବ।

ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ସମ୍ମିଳନୀରେ ୩୦୦ ବିଦେଶୀ ପ୍ରତିନିଧିଙ୍କ ସମେତ ପାଖାପାଖି ୮୦୦ ପ୍ରତିନିଧି ଅଂଶଗ୍ରହଣ କରିବେ। ୨୮ଟି ବୈଷୟିକ ଅଧିବେଶନ ରହିବ ଓ ୧୨୦ ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରାଯିବ। କାନାଡ଼ାର ଆଲକାନ୍, ଆମେରିକାର ଆଲ୍‌କୋଆ, ଚୀନ୍‌ର ଚାଲିଏକୋ ଓ ଚାଇନାଲ୍‌କୋ, ଏମିରେଟସ୍‌ର ଏମାଲ୍, ଦୁବାଇର ଦୁଲାଲ୍, ଲଣ୍ଡନର ରିଓ ଟିଣ୍ଟୋ ଓ ରୁଷିଆର ରୁସାଲ୍ ଭଳି ବିଶ୍ୱସ୍ତରୀୟ କମ୍ପାନି ଏଥିରେ ଯୋଗଦେବେ।

ଜନତା ମଇଦାନଠାରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ଯେଉଁଥିରେ ୧୦୦ରୁ ଅଧିକ ବିଶ୍ୱସ୍ତରୀୟ କମ୍ପାନି ଅଂଶଗ୍ରହଣ କରିବେ।

ଓଡ଼ିଶାକୁ ଆଲୁମିନିୟମ୍ ଉଦ୍ୟୋଗ ପାଇଁ ପ୍ରଚାର ପ୍ରସାର ନିମନ୍ତେ ‘ଥିଙ୍କ୍ ଓଡ଼ିଶା-ଥିଙ୍କ୍ ଆଲୁମିନିୟମ୍‌’ ଶୀର୍ଷକରେ ଏହା ଆୟୋଜିତ ହେଉଛି।

ଏହି ତନିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଶେଣୀ ଲାଲ୍, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣି ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ, କେନ୍ଦ୍ର ସଚିବ, ବିଭିନ୍ନ ଦେଶର ହାଇ କମିଶନର୍ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ।

Comment