ଓଡ଼ିଶାଲାଇଭ୍‌ ବ୍ୟୁରୋ

ନନ୍‌ ସବ୍‌ସିଡି ଏବଂ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ନୂଆ ବର୍ଷ ଉପହାର ଦେଇଛନ୍ତି। ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ କରିଥିବା ବେଳେ ନନ୍‌ ସବ୍‌ସିଡି ସିଲିଣ୍ଡର ପିଛା ୧୨୦.୫୦ ଟଙ୍କା ହ୍ରାସ କରିଛନ୍ତି।

ଏହି ନୂଆ ଦର ୨୦୧୯ ଜାନୁଆରୀ ୧ରୁ ଲାଗୁ ହେବ।

୧୪.୨ କିଲୋଗ୍ରାମ ସବ୍‌ସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦର ୪୯୪.୯୯ ଟଙ୍କା ହେବ। ପୂର୍ବରୁ ଏହା ୫୦୦.୯୦ ଟଙ୍କା ଥିଲା।

ସେହିପରି ନନ୍‌ ସବ୍‌ସିଡି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୬୮୯ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଗ୍ରାହକମାନଙ୍କୁ ଏଥିପାଇଁ ୮୦୯.୫୦ ଟଙ୍କା ଦେଉଥିଲେ।

ଜୁନ୍‌ରୁ ନଭେମ୍ବର ମାସରେ ଗ୍ୟାସ ଦର କ୍ରମାଗତ ଭାବେ ହ୍ରାସ ପାଇଥିଲା। ଡିସେମ୍ବର ୧ରେ କେନ୍ଦ୍ର ସରକାର ସବ୍‌ସିଡି ଗ୍ୟାସ ଦରରେ ୬.୫୨ ଟଙ୍କା ଏବଂ ନନ୍‌ ସବ୍‌ସିଡି ଗ୍ୟାସ ଦରରେ ୧୩୩ ଟଙ୍କା ହ୍ରାସ କରିଥିଲେ।

Comment