ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ବିଦାୟ ନେଇଛି ୨୦୧୮। ସାରା ଦେଶ ଏବେ ନୂଆବର୍ଷକୁ ନେଇ ସେଲିବ୍ରେସନ୍‌ ମୁଡ୍‌ରେ ରହିଛି। ଦେଶବାସୀ ପରସ୍ପରକୁ ‘ହାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଉଛନ୍ତି। ୨୦୧୯ରେ ସମସ୍ତ ରାଜନୈତିକ ଦଳମାନଙ୍କ ମନରେ ନୂଆ ଆଶା ନେଇ ଆସିଛି ନବବର୍ଷ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ଏହି ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନିଜ ନୂଆ ବର୍ଷ ଆରମ୍ଭ କରିଛନ୍ତି। ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉପସ୍ଥିତ ରହିବେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଟୁଇଟର ଜରିଆରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏବଂ ଲେଖିଛନ୍ତି ଯେ ଜଗନ୍ନାଥଙ୍କ କରୁଣା ଏବର୍ଷ ରାଜ୍ୟବାସୀଙ୍କ ଲାଗି ସୁଖ, ସମୃଦ୍ଧି ଏବଂ ପ୍ରଗତିର ବର୍ଷ ହେଉ।

Comment