ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରିପଦା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଆସି ବାରିପଦା ସରକାରୀ ହାଇସ୍କୁଲ ପଡ଼ିଆରେ ମୋଦି ପହଞ୍ଚି ୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି।

ଏଥିମଧ୍ୟରେ ରହିଛି ୪୩.୨ କିଲୋମିଟରର ରିମୁଳି-କୋଇଡ଼ା, ୫୩.୨ କିଲୋମିଟରର କୋଇଡ଼ା-ରାଜାମୁଣ୍ଡା ଓ ୧୦୪.୨ କିଲୋମିଟରର ସଙ୍ଗରା- ବିଞ୍ଜବାହାଳ ପର୍ଯ୍ୟନ୍ତ ରାଜପଥକୁ ଚାରି ଲେନ୍‌ ପାଇଁ ଶିଳାନ୍ୟାସ କରିଛନ୍ତି। ଚାରିଟି ବାଇପାସ୍‌, ୩ଟି ଫ୍ଲାଏଓଭର୍‌, ୧୧ଟି ଭେଇକୁଲାର ଅଣ୍ଡରପାସ୍‌, ୧୨ଟି ପ୍ରମୁଖ ପୋଲ, ୫୦ଟି ଲଘୁ ପୋଲ ଏବଂ ୩୪ କିଲୋମିଟରର ସର୍ଭିସ୍‌ ରୋଡ୍‌ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ମୋଦି। ୨୦୨୦ରୁ ୨୦୨୧ ମଧ୍ୟରେ ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟର ଶେଷ ହେବ।

ଅନ୍ୟପକ୍ଷରେ, ୧୦୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଥିବା ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍‌ ଲାଇନ୍‌ ସେକ୍ସନ୍‌, ୧୧.୩ କମିର ଚିଲିକିଦରା-ଶଗଡ଼ପଟା ଓ ୯ କିମି ବିଶିଷ୍ଟ ନରଣପୁର-ବସନ୍ତପୁର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ମୋଦି କହିଥିଲେ, “ସାଢ଼େ ୪ ବର୍ଷ ଭିତରେ କେନ୍ଦ୍ର ସରକାର ଦେଶର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ରେଲୱେ, ହାଇୱେର ବିକାଶ ଉପରେ ଜୋର ଦିଆଯାଉଛି। ଓଡ଼ିଶାର ନିରନ୍ତର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରି ଆସିଛନ୍ତି। ଓଡ଼ିଶାର ସାଂସ୍କୃତି ବିକାଶକୁ ଆଗେଇ ନେବା ପାଇଁ କେନ୍ଦ୍ର ଦରକାର ପ୍ରତିଶ୍ରୁତିବଦ୍ଧ।”

ଏହାସହ ମୋଦି ୬ଟି ପୋସପୋର୍ଟ କେନ୍ଦ୍ର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଉପସ୍ଥିତ ଥିଲେ। ଟାଟାନଗର-ବାଦାମ ପାହାଡ଼ ପାସେଞ୍ଜର ଟ୍ରେନ ଚାଳଚଳ ଶୁଭାରମ୍ଭ କରିଥିଲେ ମୋଦି।

Comment