ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟକୁ ନେଇ ବଢ଼ୁଛି ସସପେନ୍ସ। ନିକିତାଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ। ତାଙ୍କ ବାପା ସନାତନ ବେହେରା ଅଭିଯୋଗ ଆଣିଛନ୍ତି ଯେ ନିକିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି।

ତାଙ୍କ ବାପା ଆହୁରି ମଧ୍ୟ କହିଚନ୍ତି ଯେ ନିକିତାଙ୍କ ଶାଶୂ ଘର ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଏନେଇ ସେ ଚାଉଳିଆଗଞ୍ଜ ଥାନେରେ ନିକିତାଙ୍କ ସ୍ୱମୀ ଲିପନ ସାହୁ, ଶାଶୂ କୁନ୍ତଳା ସାହୁ, ଶ୍ୱଶୁର ଲିଙ୍ଗରାଜ ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।

ନିକିତାଙ୍କ ବାପା ଅଭିଯୋଗ କରିଛନ୍ତି, “ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ ଏବଂ ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।

ପୋଲିସ ଆଇପିସିର ଧାରା ୩୦୨, ୪୯୮(ଏ), ୩୦୬ ଓ ୩୪ରେ ମାମଲା ରୁଜୁ କରିଛି। ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ମଧ୍ୟ ରଖାଯାଇଛି।

ଶୁକ୍ରବାର ରାତିରେ ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଜିଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ଶନିବାର ସେଠାରେ ନିକିତାଙ୍କ ମତ୍ୟୁ ଘଟିଥିଲା।

ତୁ ମୋ ଆଖିର ତାରା, ମିତ ବସିଛି ମୁଁ ଭୂତ ସାଥୀରେ, ଚୋରି ଚୋରି, ମଥାରେ ଦେଇ ପାଟ ଓଢ଼ଣୀ, ଗୁଣ୍ଡା ଚଳଚ୍ଚିତ୍ରରେ ଅଭିନୟ କରିଥିବା ନିକିତାଙ୍କ ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Comment