ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ୨ଦିନିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।

ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ। କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ୨ଦିନିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଓଡ଼ିଶା ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ମଙ୍ଗଳବାର ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଜାନୁଆରୀ ୮ ଓ ୯ରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ୨ଦିନିଆ ଭାରତ ବନ୍ଦ ଡାକିଛି। ତେବେ ଜାନୁଆରୀ ୮ ତାରିଖ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ବେଳେ ୯ ତାରିଖରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ସେନେଇ ମଙ୍ଗଳବାର(ଜାନୁଆରୀ ୮)ରେ ନିଷ୍ପତି ନିଆଯିବ। ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

Comment