ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଫେଲ ବିବାଦକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସଂସଦରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସରକାର-ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହାରି ଭିତରେ ଜଣେ ୮ ବର୍ଷ ଝିଅର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଝିଅଟି ରାଫେଲ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।

ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଟୁଇଟ କରିବା ପରେ ଭିଡିଓଟି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ରକ୍ଷାମନ୍ତ୍ରୀ ଶିଶୁଟିକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଭାଇରାଲ ଭିଡିଓରେ ଶିଶୁଟି ଏନଡିଏ ସରକାର କିଣିଥିବା ରାଫେଲ ବିମାନର ମୂଲ୍ୟକୁ ଜ୍ୟାମିତି ବାକ୍ସ ଜରିଆରେ ବୁଝାଇବାକୁ ଚେଷ୍ଟା କରୁଛି।

ଭିଡିଓରେ ଶିଶୁଟି କହୁଛି, ରାଫେଲ ପ୍ରସଙ୍ଗରେ ମୁଁ ସହଜରେ ବୁଝାଇବାକୁ ଚାହୁଁଛି।  ଏହି ଜ୍ୟାମିତି ବାକ୍ସଟି ରାହୁଲ ଗାନ୍ଧିଙ୍କର ଅଟେ। ଏହାର ମୂଲ୍ୟ ୭୨୦ କୋଟି ଟଙ୍କା। ଦ୍ୱିତୀୟ ଜ୍ୟାମିତି ବାକ୍ସ (ରାଫେଲ) ମୋଦିଙ୍କର ଅଟେ, ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହାର ମୂଲ୍ୟ ରହିଛି ୧୬୦୦ କୋଟି ଟଙ୍କା। ସ୍ୱଦେଶୀ ନିର୍ମିତ ଏବଂ ବିଦେଶୀ ଅସ୍ତ୍ରଶସ୍ତ୍ର ମୂଲ୍ୟ ମଧ୍ୟରେ ସାଧାରଣ ପାର୍ଥକ୍ୟକୁ କିପରି ରାହୁଲ ବୁଝିପାରୁ ନାହାଁନ୍ତି ବୋଲି ଝିଅଟି ପ୍ରଶ୍ନ କରିଛି। ରକ୍ଷାମନ୍ତ୍ରୀଙ୍କ ଟୁଇଟ ପରେ ବହୁ ଲୋକ ଶିଶୁକୁ ପ୍ରଶଂସା କରିଛନ୍ତି।

Comment