ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ଦ୍ଵାରା ଆୟୋଜିତ ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହରେ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ।

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ଵାରା ଆୟୋଜିତ ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି। ଏହି ସମାରୋହ ଭୁବନେଶ୍ଵର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏହି କର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ସାମୂହିକ ‘ବନ୍ଦେ ଉତ୍କଳ ଜନନୀ’ ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ଗାନ କରାଯାଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ସଂଗୀତ ପରିଚାଳନା କରିଥିଲେ।

ଏହି କର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଡାକ ଟିକେଟ’ ଓ ‘ଲଫାପା’ର ଉନ୍ମୋଚନ କରିଛନ୍ତି। ଏଥିସହ ଆଗାମୀ ଦିନରେ ସ୍ମାର୍ଟଫୋନ ଜରିଆରେ ପିଲାମାନେ କିପରି ପାଠ ପଢ଼ିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଡିଜିଟାଲ ଏଜୁକେସନ ଓ ଇ-ଲର୍ଣ୍ଣିଙ୍ଗର ଉନ୍ମୋଚନ କରିଛନ୍ତି।

“ଓଡ଼ିଶା ଜନ ସାଧାରଣଙ୍କ ପାଇଁ କିଛି କରିବା ଏହା ଆମର ସଂକଳ୍ପ, ବନ୍ଦେ ଉତ୍କଳ ଜନନୀ ୪ କୋଟି ଓଡ଼ିଆଙ୍କ ପାଇଁ ଅସ୍ମିତାର ପ୍ରତୀକ। ରାଜ୍ୟକୁ ୧ ନମ୍ବର କରିବା ଆମର ଲକ୍ଷ୍ୟ”, କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି କର୍ଯ୍ୟକ୍ରମରେ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମର ଓଡ଼ିଶାଲାଇଭ୍ ଡିଜିଟାଲ ମିଡିଆ ପାର୍ଟନର ଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାଲାଇଭ୍ ୟୁ ଟ୍ୟୁବ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥିଲା।

Comment