ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ସବୁଠୁ ସୁନ୍ଦର କୁକୁରର ମୃତ୍ୟୁ ହୋଇଯାଇଛି । ୧୨ ବର୍ଷ ବୟସରେ ‘ବୁ’ ନାମକ ଏହି କୁକୁରର ହୃଦଘାତରେ ମୃତ୍ୟୁ ହୋଇଛି। କୁକରର ମାଲିକ ଫେସବୁକରେ ଏହାର ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ତାର ମୃତ୍ୟୁରେ ସାରା ବିଶ୍ୱ ଦୁଃଖିତ। କାରଣ ଫେସବୁକରେ ଏହି ସୁନ୍ଦର କୁକୁରର ୧ କୋଟି ୬୦ ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି।

‘ବୁ’ ହେଉଛି ପୋମେରାନିଆନ୍‌ ପ୍ରଜାତିର କୁକୁର। ତାର ଗୋଟିଏ ସାଥୀ ମଧ୍ୟ ଥିଲା। ହେଲେ ଗତ ବର୍ଷ ଏହି ସାଥୀର ମୃତ୍ୟୁ ହୋଇଯାଇଥିଲା। ସାଥୀଟି ମରିଯିବା ପରେ ‘ବୁ’ ଦୁଃଖରେ ଭାଙ୍ଗି ପଡ଼ିବାରୁ ତାର ଶୀଘ୍ର ମୃତ୍ୟୁ ହୋଇଛି ବୋଲି ମାଲିକ କହିଛନ୍ତି। ୨୦୧୨ରେ ଆମେରିକାରେ ‘ବୁ’କୁ ପାଳିତ ପଶୁ ଭାବେ ଘୋଷଣା କରାଯାଇଥିଲା। ଏହାଛଡ଼ା ‘ବୁ’ ନାମରେ ୨୦୧୧ରେ ‘ଦ ଲାଇଫ୍ ଅଫ୍ ଦ ୱାଲ୍ଡର୍ସ କ୍ୟୁଟେଷ୍ଟ ଡଗ୍’ ନାମରେ ଏକ ବହି ଛଫାଯାଇଛି।

ଏହି କୁକୁରର ମାଲିକ ପ୍ରଥମେ ଫେସବୁକରେ ସେମାନଙ୍କ ଫଟୋ ସେୟାର କରିଥିଲେ। ତା ପରେ ଆସିଲା ହଜାର ହଜାର ପ୍ରତିକ୍ରିୟା। ତେଣୁ ତାଙ୍କୁ ନିୟମିତ ଭାବେ ‘ବୁ’ ର ଫଟୋ ସେୟାର କରିବାକୁ ପଡ଼ିଲା ଏବଂ ସମସ୍ତେ ତାକୁ ଲାଇକ୍ କରିବାରେ ଲାଗିଲେ। କିଛି ଦିନ ଭିତରେ ଫଲୋଅର ସଂଖ୍ୟା  ୧ କୋଟି ୬୦ ଲକ୍ଷକୁ ଟପିଯାଇଥିଲା।

Comment