ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ବିଜେପୁରର କଂଗ୍ରେସ ନେତା ପ୍ରଣୟ ସାହୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ଓ ନିଜ ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କ ପାଖକୁ ପଠାଇଥିଲେ।

ମଙ୍ଗଳବାର ପ୍ରଣୟ ସାହୁ ନିଜର ହଜାର ହଜାର ସମର୍ଥକଙ୍କ ସହିତ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ନବୀନ ନୀବାସରେ ପ୍ରଣୟ ଦଳରେ ସାମିଲ ହେବା ସମୟରେ ବିଜେଡିର କିଛି ବରିଷ୍ଠ ନେତା ସାମିଲ ଥିଲେ।

ପ୍ରଣୟ ସୋମବାର ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟାରେ କହିଥିଲେ, ”ଉପନିର୍ବାଚନ ସମୀକ୍ଷା ଲାଗି କହିଥିଲି, କିଛି କଲେନି। କାହିଁକି କଂଗ୍ରେସ ବିଜେପୁରରେ ହାରିଲା ଏବଂ ପରାଜୟର କାରଣ କ’ଣର ସମୀକ୍ଷା ପାଇଁ କହିଥିଲି। କଂଗ୍ରେସ ପୁନର୍ବିନ୍ୟାସରେ ମୋର କିଛି ଭୂମିକା ରହିଲାନି।”

ପଶ୍ଚିମ ଓଡ଼ିଶାରୁ ଜଣଙ୍କ ପରେ ଜଣେ ନେତା କଂଗ୍ରେସରୁ ହାତ ଛାଡିବା ପରେ ଆଗକୁ କଂଗ୍ରେସର ରଣନୀତି କଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment