ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀର ଯୌନାଙ୍ଗକୁ କାଟି ଦେଇଛି ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ୱାମୀ ମେଡିକାଲରେ ଭର୍ତ୍ତି ହୋଇଛି।

ତେନ୍ତୁଳିଖୁଣ୍ଟି ପଞ୍ଚାୟତର ଉଦେଇପୁର ଗାଁର ସଦାସିବ ହରିଜନ(୨୩) ଗତ ୩ ବର୍ଷ ପୂର୍ବେ ବୋରିଗୁମ୍ମା ବ୍ଲକର ବୋଡିଗାଁ ପଞ୍ଚାୟତର ମାଣ୍ଡିଆବନ୍ଧ ଗାଁର ଗଙ୍ଗେଇ ହରିଜନଙ୍କୁ ବିବାହ କରିଥିଲେ। ସଦାଶିବ ଓଡ଼ିଶା ବାହାକୁ ମଝିରେ ମଝିରେ କାମ କରିବାକୁ ଯାଇଥାଏ। ତେବେ କିଛି ମାସ ହେବ ସେ ନିଜ ଗାଁରେ ହିଁ ରହିଥିଲା। ସଦାଶିବଙ୍କ ଗୋଟିଏ ଦେଢ଼ ବର୍ଷର ଗୋଟିଏ ଶିଶୁ କନ୍ୟା ରହିଛି।

ଗତ କିଛି ମାସ ହେଲା ସଦାଶିବଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ସ୍ତ୍ରୀ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏହି ଝଗଡ଼ା ରବିବାର ରାତିରେ ଉଗ୍ରରୂପ ଧାରଣ କରିଥିଲା। ସଦାଶିବ ଶୋଇଥିବା ବେଳେ ସ୍ତ୍ରୀ ଧାରୁଆ ଅସ୍ତ୍ରରେ ଯୌନାଙ୍ଗ କାଟିଦେଇଥିବା ଜଣାପଡ଼ିଛି।

ସଦାଶିବଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକେ ଦୌଡି ଆସି ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସଦାଶିବଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ମେଡିକାଲକୁ ଆଣିଥିଲେ। ଖବର ପାଇ ତନ୍ତେୁଳିଖୁଣ୍ଟି ଥାନା ପୋଲିସ ମେଡିକାଲରେ ପହଞ୍ଚି ସଦାଶିବଙ୍କ ସହ ଆଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ତେନ୍ତୁଳିଖୁଣ୍ଟି ଥାନାରେ ସଦାଶିବଙ୍କ ବାପା କୈଳାଶ ହରିଜନ ଏତଲା ଦେଇଥିଲେ। କେସ ନମ୍ବର ୬/୨୦୧୯ ଓ ଦଫା ଆଇପିସି ୩୦୭ ଓ ୩୨୬ ରେ ଏକ ମାମଲା ଦାୟର ହୋଇଛି। ତେନ୍ତୁଳିଖୁଣ୍ଟି ଥାନା ପକ୍ଷରୁ ଆଇଆଇସି ତାରିକ ଅହମ୍ମଦ, ଏସଆଇ ପ୍ରଶାନ୍ତ କୁମାର ସେଠୀ, ଏଏସଆଇ ପ୍ରକାଶ ଚନ୍ଦ୍ର ପାତ୍ର ସଦାଶିବଙ୍କ ସ୍ତ୍ରୀ ଗଙ୍ଗେଇଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି।

Comment