ଓଡ଼ିଶାଲାଇଭ୍ ବ୍ୟୁରୋ

ଇଭିଏମ ହ୍ୟାକିଂ ବିବାଦ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା।

ଇଭିଏମ (ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ) ହ୍ୟାକିଂ କୁ ନେଇ ଚାଲିଥିବା ବିବାଦରେ ମୁହଁ ଖୋଲିଛନ୍ତି ଜାତୀୟ ମୁଖ୍ୟ ନି ର୍ବାଚନ କମିଶନର ସୁନିଲ ଅରୋରା। ଆମେ ପୁନର୍ବାର ବାଲାଟ୍‌ ଯୁଗକୁ ଫେରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆଗାମୀ ନିର୍ବାଚନରେ ଇଭିଏମ୍ ହିଁ ବ୍ୟବହାର ହେବ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଇଭିଏମ ଏକ ଫୁଟବଲ ନୁହେଁ, ଏଥିରେ ଟାମ୍ପରିଂ କରାଯାଇ ପାରିବ ନାହିଁ । ତେବେ ଆଗାମୀ ନିର୍ବାଚନରେ ଇଭିଏମ୍‌ ଓ ଭିଭିପାଟର ବ୍ୟବହାର ଜାରି ହେବ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ।

ଜାନୁଆରୀ ୨୨, ସୋମବାର ଜଣେ ଆମେରିକୀୟ ସାଇବର ବିଶେଷଜ୍ଞ ସୟେଦ ସୁଜା ଇଭିଏମ୍‌ ହ୍ୟାକ ପ୍ରସଙ୍ଗ ଉଠାଇଥିଲେ। ସେ ଏହି ପ୍ରସଙ୍ଗ ଲଣ୍ଡନରେ ଏକ ପ୍ରେସମିଟରେ ଉଠାଇଥିଲେ। ୨୦୧୪ରେ ଇଭିଏମ ହ୍ୟାକିଂ ହୋଇଥିଲା ବୋଲି ସେ ଦାବି କରିଥିଲେ। ନିର୍ବାଚନ କମିଶନ ଏନେଇ ଯାଞ୍ଚ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଆଗାମୀ ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବାକୁ ଦାବି ହୋଇଥିଲା।

Comment