ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ଟେଲିଭିଜନ ଜଗତରେ ମୌନି ରାୟ ଜଣେ ଜଣାଶୁଣା ଅଭିନେତ୍ରୀ। ସିରିଏଲରୁ କ୍ୟାରିୟର ଆରମ୍ଭ କରିଥିବା ମୌନି ରାୟ ବେଶ ସଫଳତା ଅର୍ଜନ କରିଛନ୍ତି। ସେ ବିଭିନ୍ନ ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।

ମୌନି ରାୟ ପଶ୍ଚିମବଙ୍ଗରେ ଏକ ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ସେପ୍ଟମ୍ବର ୨୮, ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମୌନି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ବି  ହାସଲ କରିଛନ୍ତି। ସେ ଇଂରାଜୀରେ ସ୍ନାତକ ହାସଲ କରିଛନ୍ତି।

ମୌନିଙ୍କ ପାରିବାରିକ ଜୀବନ

ମୌନିଙ୍କ ପରିବାରରେ ତାଙ୍କ ବାପା, ମା’ଙ୍କ ସହିତ ତାଙ୍କର ଏକ ସାନ ଭାଇ ବି ରହିଛନ୍ତି। ମୌନିଙ୍କ ବାପାଙ୍କ ନାମ ଅନିଲ ରାୟ ଓ ମା’ଙ୍କ ନାମ ମୁକ୍ତି ରାୟ। ମୌନିଙ୍କର ପିଲାଟି ବେଳୁ ଡ୍ୟାନ୍ସ ଓ ଅଭିନୟ ପାଇଁ ଦୁର୍ବଳତା ରହିଥିଲା।

ମୌନି ରାୟଙ୍କ ଅଭିନୟ କ୍ୟାରିୟର

ମୌନି ରାୟ ୨୦୦୭ରେ ଏକତା କପୁରଙ୍କ ‘କିଉଁକି ଶାଶ ଭି କଭି ବୋହୂ ଥୀ’ ସିରିଏଲରୁ ଆରମ୍ଭ କରିଥିଲେ। ତାପରେ ସେ ଧୀରେ ଧୀରେ ସିରିଏଲରେ ନିଜର ପତିଆରା ବିସ୍ତାର କରିଥିଲେ। ଏକାଧିକ ସିରିଏଲରେ କାମ କରିଥିଲେ। ମୌନି ତାଙ୍କ କ୍ୟାରିୟର ଭିତରେ ବହୁ ପୌରାଣିକ ସିରିଏଲରେ ଅଭିନୟ କରିଛନ୍ତି। ତେବେ କଲର୍ସ ଚ୍ୟାନେଲରେ ପ୍ରସାରିତ ‘ନାଗିନ୍‌’ରେ ଅଭିନୟ କରିଥିଲେ। ଏହି ସିରିଏଲରେ ତାଙ୍କ ଦମଦାର ଅଭିନୟ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା।

ଫିଲ୍ମ କ୍ୟାରିୟର

୨୦୧୮ରେ ମୌନିଙ୍କର ପ୍ରଥମ ବଲିଉଡ ଫିଲ୍ମ ‘ଗୋଲ୍ଡ’ ରିଲିଜ ହୋଇଥିଲା।  ଏଥିରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ।

ଆଗକୁ ବି ମୌନିଙ୍କର ଆହୁରି ଫିଲ୍ମ ଆସିବାକୁ ଯାଉଛି।

Comment