ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ। ଦେଶବ୍ୟାପି ସମସ୍ତ ଶିକ୍ଷକ, ବିଦ୍ୟାର୍ଥୀ, ଅଭିଭାବକଙ୍କ ସହ ଚର୍ଚ୍ଚା କରିବେ। ଏହି କାର୍ଯ୍ୟକ୍ରମରେ ବିଦେଶୀ ଛାତ୍ରଛାତ୍ରୀ ବି ସାମିଲ ହେବେ। ଏହି କାର୍ଯ୍ୟକ୍ରମ ଜରିଆରେ ପରୀକ୍ଷା ସମ୍ବନ୍ଧିତ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମର ନାମ ରହିଛି  ‘ପରୀକ୍ଷା ପେ’ ଚର୍ଚ୍ଚା, ୨.୦’। ପରୀକ୍ଷା ସମୟରେ ଚାପ ମୁକ୍ତ ରହିବା ପାଇଁ ପରୀକ୍ଷାର୍ଥୀଙ୍କୁ ମନ୍ତ୍ର ଦେବେ ମୋଦି।

ତେବେ ଏହି କାର୍ଯ୍ୟକ୍ରମ ଦିଲ୍ଲୀର ତାଳାକୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଯୋଗୁଁ କିଛି ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳିବ। ଏହାର ସିଧାପ୍ରସାରଣ ଡିଡି ନ୍ୟୁଜ, ଡିଡି ଇଣ୍ଡିଆ, ଡିଡି ନ୍ୟାସନାଲ ଚ୍ୟାନେଲରେ ହେବ।

ଗତ ବର୍ଷ ବି ମୋଦି ଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପରୀକ୍ଷାର୍ଥୀଙ୍କୁ ପ୍ରତ୍ସୋହିତ କରିବା ପାଇଁ ‘ଏଗ୍‌ଜାମ ୱାରିୟର’ ପୁସ୍ତକ ରିଲିଜ କରିଥିଲେ।

Comment