ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଆପଣଙ୍କୁ ହସାଇ ହସାଇ ବେଦମ୍‌ କରିବାକୁ ପୁଣି ଥରେ ପରଦାକୁ ଆସୁଛି ବ୍ଲକବଷ୍ଟର ଫିଲ୍ମ ‘ହେରା ଫେରି’ ଓ ‘ଫିର୍‌ ହେରା ଫେରି’ର ତୃତୀୟ ସିକ୍ୱେଲ ‘ହେରା ଫେରି-୩’। ପୁଣି ଥରେ ପରଦା ଉପରେ ଦେଖିବାକୁ ମିଳିବ ବାବୁ ରାଓ, ରାଜୁ ଓ ଶ୍ୟାମ୍‌କୁ। କମେଡିର ତଡ଼କା ନେଇ ଆସୁଛନ୍ତି ଅଭିନେତା ଅକ୍ଷୟ କୁମାର, ସୁନିଲ ସେଟ୍ଟୀ ଓ ପରେଶ ରାୱଲ।

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ହେରା ଫେରି-୩’ ସୁଟିଙ୍ଗ୍‌। ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି। ଫିରୋଜ ନାଦିଆଦ୍‌ୱାଲା ଏହି ଫିଲ୍ମର ପ୍ରଡ୍ୟୁସର ରହିବେ। ଇନ୍ଦ୍ର କୁମାର ଏବେ ‘ଟୋଟାଲ ଧମାଲ’ ଫିଲ୍ମ ରିଲିଜ ଓ ପ୍ରୋମୋସନ ପାଇଁ ବ୍ୟସ୍ତ ରହିଛନ୍ତି। ଟୋଟାଲ ଧମାଲ ରିଲିଜ ପରେ, ହେରା ଫେରି-୩ର ସୁଟିଙ୍ଗ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ‘ହେରା ଫେରି-୩’ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରାଯାଉଛି। ଇନ୍ଦ୍ର କୁମାର ନିଜ ରାଇଟର ଟିମ୍‌ ସହିତ ପୂର୍ବ ବର୍ଷ ମେ ମାସରୁ ଏହାର କାମ ଆରମ୍ଭ କରିସାରିଲେଣି। ନିକଟରେ ଶୁଣିବାକୁ ମିଳିଥିଲା, ଅକ୍ଷୟ କୁମାର ଓ ପ୍ରଯୋଜକ ଫିରୋଜଙ୍କ ମଧ୍ୟରେ ବିବାଦ ଯୋଗୁଁ ଫିଲ୍ମଟି ବନ୍ଦ କରାଯାଇଛି। କିନ୍ତୁ ଖୁବଶୀଘ୍ର ଫିଲ୍ମଟି ଦର୍ଶକମାନଙ୍କ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।

Comment