ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି। ହସ୍ପିଟାଲର ପଞ୍ଚମ ମହାଲାରେ ଥିବା ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି।

ହସ୍ପିଟାଲ କର୍ମଚାରୀଙ୍କ ପକ୍ଷରୁ ଜରୁରୀକାଳୀନ ରାସ୍ତା ଦେଇ ସମସ୍ତ ରୋଗୀଙ୍କୁ ତଳକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ କର୍ମଚାରୀଙ୍କ ସୂଚନାନୁସାରେ ସମସ୍ତ ରୋଗୀଙ୍କୁ ପଞ୍ଚମ ମହଲାରୁ ସ୍ଥାନାନ୍ତର କରାଯାଇଛି। ଯେଉଁ ରୋଗୀମାନେ ସିରିୟସ ଥିଲେ ସେମାନେଙ୍କୁ ମେଡିକାଲ ସିଢି ଦେଇ ତଳକୁ ଅଣାଯାଇଛି। ଏହା ସହିତ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ତଳକୁ ସିଫ୍ଟ କରାଯାଇଛି।

ଯେଉଁ ରୋଗୀମାନଙ୍କର ଅବସ୍ଥା ଗୁରୁତର ଥିଲା ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି।

ପଞ୍ଚମ ମହଲାରେ ରହୁଥିବା ରୋଗୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଯେତେବେଳେ ବ୍ୟାଟେରୀ ରୁମ୍‌ର ଧୁଆଁ ବାହାରିଥିଲା କର୍ମୀଚାରୀ ଦମକଳ ବାହିନୀକୁ ଖବର ଦେଇଥିଲେ ତାପରେ ସଙ୍ଗେ ସଙ୍ଗେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ଯାହା ସୂଚନା ଆସି ପହଞ୍ଚୁଛିକି ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇପାରିଛି।

ଖୁବଶୀଘ୍ର ସମ୍ପୂର୍ଣ୍ଣ ସୂଚନା…

Comment