ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୪ରେ ହେବାକୁ ଥିବା ଭାରତ ଓ ଅଷ୍ଟ୍ରେଲିଆ ଟି ୨୦ ସିରିଜର ପ୍ରଥମ ମ୍ୟାଚରେ ବେଙ୍ଗାଳୁରୁରେ ହେବ ନାହିଁ। ସୁରକ୍ଷା କାରଣରୁ ଏହି ମ୍ୟାଚ ବିଶାଖାପାଟଣାରେ ହେବ।

ଫେବ୍ରୁଆରି ୨୪ରେ ହେବାକୁ ଥିବା ଭାରତ ଅଷ୍ଟ୍ରେଲିଆ ଟି ୨୦ ସିରିଜର ପ୍ରଥମ ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇଛି। ପ୍ରଥମ ମ୍ୟାଚ ୨୪ ତାରିଖରେ ବେଙ୍ଗାଳୁରୁ ବଦଳରେ ବିଶାଖାପାଟଣାରେ ଖେଳାଯିବ। ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ଵିତୀୟ ଟି ୨୦ ମ୍ୟାଚ ବେଙ୍ଗାଳୁରୁରେ ହେବ ବୋଲି ସ୍ଥିର କରାଯାଇଛି।

ସେହି ସମୟରେ ବେଙ୍ଗାଳୁରୁଠାରେ ଆନ୍ତର୍ଜାତିକ ଏରୋ ଇଣ୍ଡିଆ ସୋ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଭିଆଇପି ଯୋଗ ଦେବେ। ତେଣୁ ବେଙ୍ଗାଳୁରୁ ପୋଲିସ ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି।

ଅଷ୍ଟ୍ରେଲିଆ ଟିମ୍‌ ବିଶ୍ଵକପ୍‌ ପୂର୍ବରୁ ଭାରତ ଗସ୍ତରେ ଆସି ଦୁଇଟି ଟି ୨୦ ଓ ୫ଟି ଦିନିକିଆ ମ୍ୟାଚ ଖେଳିବ।

 

Comment