ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ବୁଧବାର ଓଡ଼ିଶା ଆସୁଛନ୍ତି। ସେଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍‌ଘାଟନ କରିବେ।

ଗଡ଼କରୀ କାମାକ୍ଷାନଗରରେ ଏନ୍‌ଏଚ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ପାରାଦୀପଠାରେ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍‌ଘାଟନ କରିବା ସହ ନୂତନ ପ୍ରକଳ୍ପ ପାଇଁ ଚୁକ୍ତିପତ୍ର ସ୍ଵାକ୍ଷର କରିବେ।

ଅପରାହ୍‌ଣରେ ଭୁବନେଶ୍ଵରରେ ହୋଟେଲ ମେ ଫେୟାରଠାରେ ‘ଭାରତ କେ ମନ୍‌ କି ବାତ ମୋଦି କେ ସାଥ୍‌’ କାର୍ଯ୍ୟକ୍ରମର  ଉଦ୍‌ଘାଟନ କରିବା ସହ ବୁଦ୍ଧିଜୀବୀ ସମ୍ମିଳନୀକୁ ଉଦ୍‌ବୋଧନ ଦେବେ।

ଅନ୍ୟପକ୍ଷରେ ସମାନ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ସେ ଭବାନିପାଟଣା ଓ ରାଉରକେଲା ଗସ୍ତ କରି ସାଧାରଣ ସଭା କରିବା ସହ ଦଳୀୟକର୍ମୀଙ୍କୁ ଉଦ୍‌ବୋଧନ ଦେବେ

Comment