ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ପିକ୍‌ଅପ୍‌ ଭ୍ୟାନ୍‌ ଓଳଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ସୋମବାର ପାଖାପାଖି ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। ପାଙ୍ଗାମରୁ ମାଥିଲି ଯାଉଥିବା ବେଳେ ଏହି ପିକ୍‌ଅପ୍‌ ଗାଡ଼ିଟି ଭାରସାମ୍ୟ ହରାଇ ଲେଉଟି ପଡ଼ିଥିଲା। ଗୁରୁତରମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ମୃତକମାନଙ୍କ ପରିଚୟ ମିଳିନାହିଁ।

Comment