ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଧିରେ ଧିରେ ଶୀତ କମିବାରେ ଲାଗିଛି। ଏହାସହ ତାପମାତ୍ରା ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାକୁ ଛାଡ଼ି ଦେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀରେ ବା ୧୦ଡିଗ୍ରୀ ଉପରେ ରହୁଛି। ପ୍ରାୟ ସପ୍ତାହ ପରେ ରାଜ୍ୟର ତାପମାତ୍ରା ସ୍ୱଭାବିକ ତାପମାତ୍ରାଠାରୁ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖ ଯାଏଁ ପାଗ ଶୁଖିଲା ରହିବ। ଏହାପରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହାଫଳରେ ରାତିର ତାପମାତ୍ରା ସାମାନ୍ୟ କମିପାରେ ବୋଳଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏହାପରେ ତାପମାତ୍ରା ବୃଦ୍ଧି ଘଟିବା ସହ ଗରମ ଅନୁଭୂତ ହେବ।

Comment