ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିୟଲ ମି ସ୍ମାଟଫୋନ୍‌ର ଚାହିଦା ଭାରତ ବଜାରରେ ଦୃତ ଗତିରେ ବଢିବାରେ ଲାଗିଛି। କମ୍ପାନି ଗତ ବର୍ଷ ବ୍ୟାକ୍‌ ଟୁ ବ୍ୟକ୍‌ ରିୟଲ ମି-୨, ରିୟଲ ମି ପ୍ରୋ ଏବଂ ରିୟଲ ମି-ୟୁ୧ ଭଳି ସ୍ମାର୍ଟଫୋନ ଲଞ୍ଚ କରିଛି। ଏହା କମ୍ପାନିକୁ ବହୁତ ସଫଳତା ମଧ୍ୟ ଦେଇଛି। ୨୦୧୯ ବର୍ଷ ଆରମ୍ଭରୁ ରିୟଲ ମି’ର କୌଣସି ବଡ଼ ସ୍ମାର୍ଟଫୋନ୍‌ ବଜାରକୁ ଆସିନି। କିନ୍ତୁ ଭାରତ ବଜାରରେ ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ସ୍ମାର୍ଟଫୋନ୍‌। ଏହ ସ୍ମାର୍ଟଫୋନ୍‌ ମଡେଲର ନାଁ ହେଉଛି ‘ରିୟଲ ମି-୩’।

ରିୟଲ ମି କମ୍ପାନି ନିଜ ଟୁଇଟର ପେଜ୍‌ରେ ‘ରିୟଲ ମି-୩’ର ଟିଜର ଲଞ୍ଚ କରିଛି। ଏଥିରୁ ଜଣାଯାଉଛି କି, ‘ରିୟଲ ମି-୩’ ସ୍ମାର୍ଟ ଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ନିକଟରେ ରିୟଲ ମି ଇଣ୍ଡିଆର ସିଇଓ ମାଧବ ସେଠ୍‌ କହିଥିଲେ କି, ୨୦୧୯ର ପ୍ରଥମ ତିନି ମାସ ମଧ୍ୟରେ ଭାରତରେ ‘ରିୟଲ ମି-୩’ ଲଞ୍ଚ କରାଯିବ।

ବର୍ତ୍ତମାନ ପର୍ଯ୍ୟନ୍ତ ‘ରିୟଲ ମି-୩’ର କୌଣସି ଫିଚର୍‌ ସାମ୍ନାକୁ ଆସିନି। କିନ୍ତୁ କୁହାଯାଉଛି, ଏହି ସ୍ମାର୍ଟଫୋନ୍‌ରେ ୪୮ ମେଗାପିକ୍ସେଲର କ୍ୟାମେରା ଦିଆଯିବ। ଅଜିକାଲି ବଜାରରେ ୪୮ ମେଗା ପିକ୍ସେଲ କ୍ୟାମେରା ଯୁକ୍ତ ସ୍ମାର୍ଟଫୋନ୍‌ ବଘିବାରେ ଲାଗିଛି। ନିକଟରେ ରେଡ ମି ନୋଟ ୭, ଭିଭୋ ଭି୧୫ ପ୍ରୋ ଏବଂ ଓପୋ ଏଫ୍‌୧୧ ପ୍ରୋ ସ୍ମାର୍ଟଫୋନ ୪୮ ମଗୋ ପିକ୍ସେଲ କ୍ୟାମେରା ସହିତ ରିଲିଜ ହୋଇ ସାରିଛି।

Comment