ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ଗୁରୁବାର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଜମ୍ମୁ କାଶ୍ମୀରରେ ନିଯୁକ୍ତ ସେନାର ସମସ୍ତ ଯବାନ ଜମ୍ମୁରୁ ଶ୍ରୀନଗର ବା ଦିଲ୍ଲୀରୁ ଶ୍ରୀନଗର ସଡ଼କ ପଥରେ ନୁହେଁ ପରଂ ଆକାଶ ପଥରେ ଯିବା ଆସିବା କରିବେ। ଏନେଇ ସେନା ପ୍ରମୁଖଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ନିୟମ ସିଆରପିଏଫ୍‌, ଆଇଟିବିପି,ଏସ୍ଏସ୍‌ବି, ଏସ୍‌ଏସ୍‌ଜି ସମେତ ସମସ୍ତ ସୁରକ୍ଷାକର୍ମୀଙ୍କ ପାଇଁ ଲାଗୁ ହେବ। କୌଣସି ଯବାନ ଶ୍ରୀନଗରରୁ ଫେରୁଥିଲେ ମଧ୍ୟ ତାଙ୍କ ପାଇଁ ଏହି ନିୟମ ଲାଗୁ ହେବ।

ପୂର୍ବରୁ ଏହି ସୁବିଧା ସେନାର ବରିଷ୍ଠ ଅଧିକାରୀଙ୍କୁ ମିଳୁଥିଲା। ଏବେ କିନ୍ତୁ ଏହା ସମସ୍ତ ଯବାନଙ୍କୁ ମିଳିବ।

ସେନାର ପ୍ରାୟ ୭ ଲକ୍ଷ ୮୦ ହଜାର ଯବାନଙ୍କୁ ଏହା ଦ୍ୱାରା ଫାଇଦା ହେବ।

Comment