ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତ୍ମଘାତୀ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭାରତୀୟ ବାୟୁସେନା ପକ୍ଷରୁ ପୁଣି ଥରେ ସର୍ଜିକଲ ଷ୍ଟ୍ରାଇକ୍‌ କରାଯାଇଛି। ଭାରତୀୟ ବାୟୁସେନା ପାକ୍‌ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମ୍‌ଲା କରି ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି।

ଏହି ଆକ୍ରମଣରେ ବାୟୁସେନାର ଟାର୍ଗେଟରେ ଥିଲା ୫ ଆତଙ୍କବାଦୀ। ଏହି ୫ ଜଣ  ଥିଲେ ମୋଷ୍ଟ ୱାଣ୍ଟେଡ ମସୁଦ୍‌ ଅଜହରର ପାଖ ଲୋକ। ସେମାନେ ହେଲେ ମୌଲାନା ଓମାର, ୟୁସୁଫ ଅଜହର, ଇବ୍ରାହିମ୍‌ ଅଜହର, ମୌଳାନା ତଲହା ସୈଫ୍‌, ଅସଗର୍‌ ଖାନ କଶ୍ମୀର, ମୁଫ୍‌ତି ଅଜହର।

ମୋଷ୍ଟ ୱାଣ୍ଟେଡ ମସୁଦ ଅଜହରର ଶଳା ହେଉଛନ୍ତି ୟୁସୁଫ ଅଜହର, ମସୁଦର ବଡ଼ ଭାଇ ଇବ୍ରାହିମ୍‌ ଅଜହର, ମସୁଦର ଭାଇ ମୌଳାନା ତଲହା ସୈଫ୍‌।

ମଙ୍ଗଳବାର ହୋଇଥିବା ସର୍ଜିକଲ ଷ୍ଟ୍ରାଇକ୍‌ର ଢଙ୍ଗ ଥିଲା ନିଆର। ମଙ୍ଗଳବାର ଭୋରରରୁ ବାୟୁସେନାର ୧୨ଟି ଲଢ଼ୁଆ ମିରାଜ-୨୦୦୦ ବିମାନ ପାକ୍‌ ଅଧିକୃତ କଶ୍ମୀର ଉପରେ ବଡ଼ ଧରଣର ହମ୍‌ଲା କରିଛି। ଏହି ଆକ୍ରମଣରେ ଜୈଶ-ଇ-ମହମ୍ମଦର ପ୍ରାୟ ୩୦୦ରୁ ଅଧିକ ଆତଙ୍କବାଦୀ ସଫା ହୋଇଛି ବୋଲି ସୂଚନା ମିଳିଛି।

Comment