ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକ୍‌ ମଧ୍ୟରେ ଏବେ ଯେଉଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି, ସେ ସମ୍ପର୍କରେ ଟିକିନିକି ଅପଡେଟ୍‌।

ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କଲା ପାକିସ୍ତାନ ସେନା!

ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆଜି ସକାଳେ ପାକିସ୍ତାନର ଏଫ୍‌-୧୬ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଭାରତୀୟ ବାୟୁସେନାର ମିଗ୍‌-୨୧ ଏହାର  ଜବାବ ଦେଇଥିଲା। କିନ୍ତୁ ଦୁଃର୍ଭାଗ୍ୟବସତ ଏହି ବିମାନ କ୍ରାସ୍ ହୋଇଯାଇଛି। ଏହି ବିମାନର ପାଇଲଟ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି। ତେବେ ବାୟୁସେନା ପକ୍ଷରୁ ଏହି ପାଇଲଟ୍‌ଙ୍କ ନାଁ ଘୋଷଣା କରାଯାଇନାହିଁ।

ଯଦି ହୁଏ ଭାରତ-ପାକ୍ ଯୁଦ୍ଧ…?

ପାକିସ୍ତାନ ମାଟିରେ ଜବରଦସ୍ତ ଏୟାରଷ୍ଟ୍ରାଇକ କରିଛି ଭାରତୀୟ ବାୟୁସେନା। ଏଲ୍‌ଓସିଠାରୁ ୭୦ କିଲୋମିଟର ଦୂରକୁ ଟାର୍ଗେଟ କରି ଆତଙ୍କବାଦୀ ଆଡ୍ଡାକୁ ଛାରଖାର କରିଛନ୍ତି ଭାରତୀୟ ସେନା।

ଭାରତର ଆକ୍ସନ ଦେଖି ଭୟଭୀତ ପାକ୍‌ – ପୁଣି ଆଲୋଚନା ପ୍ରସ୍ତାବ ଦେଲେ ଇମ୍ରାନ

ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାକୁ ସୁଧାରିବା ପାଇଁ ଆଲୋଚନା ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ବିଦେଶ ମନ୍ତ୍ରାଳୟ ଦେଲା ସୂଚନା – “ବାୟୁସେନାର ମିଗ୍ ବିମାନ କ୍ରାସ, ଜଣେ ପାଇଲଟ ନିଖୋଜ”

ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆଜି ସକାଳେ ପାକିସ୍ତାନର ଏଫ୍‌-୧୬ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଏହାର ଜବାବ ଦେଇଥିଲା ଭାରତୀୟ ବାୟୁସେନା। ଏଥିରେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ କ୍ରାସ୍ ହୋଇଥିବା ବେଳେ ଜଣେ ପାଇଲଟ ନିଖୋଜ ଅଛନ୍ତି।

କେବଳ ଏହି ୭ ଜଣଙ୍କୁ ଜଣାଥିଲା କେବେ, କିପରି ହେବ ଏୟାରଷ୍ଟ୍ରାଇକ

ଭାରତୀୟ ବାୟୁସେନା ବାଲାକୋଟସ୍ଥିତ ଜୈଶ ଏ ମହମ୍ମଦ ଆତଙ୍କବାଦୀଙ୍କ କ୍ୟାମ୍ପରେ ଏୟାରଷ୍ଟ୍ରାଇକ କରି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହାକୁ ପୁଲୱାମା ଆକ୍ରମଣର ପ୍ରତିଶୋଧ ବୋଲି କୁହାଯାଉଛି। ପ୍ରତିଶୋଧ ନେବାପାଇଁ ୧୨ଦିନରୁ ଯୋଜନା ଚାଲିଥିବା ଜଣାପଡ଼ିଛି। କେବେ ଓ କେଉଁଠି  ଆକ୍ରମଣ କରାଯିବ ସେନେଇ ଯୋଜନା ଚାଲିଥିଲା। ଏହାର ସୂଚନା କେବଳ ୭ଜଣଙ୍କୁ ହିଁ ଜଣାଥିଲା।

“ଆମେରିକା ଯଦି ପାକ୍‌ରେ ପଶି ଲାଡେନକୁ ମାରିପାରିଲା, ଆମେ କାହିଁକି ନୁହଁ”

ପାକ୍‌ର ଭାରତୀୟ ବାୟୁସୀମା ଉଲ୍ଲଂଘନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି।

ପାକ୍‌କୁ ମିଳିବ କଡ଼ା ଜବାବ – ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ

ପାକ୍‌ର ଭାରତୀୟ ବାୟୁସୀମା ଉଲଙ୍ଘନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି।

ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ

ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସୀମା ପଟରୁ ଲଗାତାର ଗୁଳି ଚାଳନା କରାଯାଇଥିଲା। ଏଥିରେ ୨ ଆତଙ୍କବାଦ ନିହତ ହୋଇଥିଲେ। ହେଲେ ପାକିସ୍ତାନ ବାୟୁସେନା ଭାରତର ବାୟୁସେନା ଉଲଘଂନ କରିଥିଲା। ପାକିସ୍ତାନର ଏଫ୍‌ ୧୬ ବିମାନକୁ ଭାରତ ଖସାଇଛି। ଏନେଇ ସୀମାରେ ଏବଂ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୀମା ଲଙ୍ଘୁଛି ପାକ୍‌ ଯୁଦ୍ଧ ବିମାନ – ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କୁ ଆଲର୍ଟ ଜାରି

ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକସ୍ତାନ ବାୟୁସେନା ଭାରତର ବାୟୁସୀମା ଉଲଙ୍ଘନ କରିଛି। ରାଜୌରୀ ସେକ୍ଟରରେ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି।

ପାକିସ୍ତାନ ଯୁଦ୍ଧ ବିମାନର ଭାରତୀୟ ସୀମା ଅତିକ୍ରମ

ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକସ୍ତାନ ବାୟୁସେନା ଭାରତର ବାୟୁସୀମା ଉଲଙ୍ଘନ କରିଛି। ରାଜୌରୀ ସେକ୍ଟରରେ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି। ଏନେଇ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଲେହ, ଜମ୍ମୁ. ଶ୍ରୀନଗର, ପଠାନକୋଟ ବିମାନମନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି।

ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କବାଦୀ ନିପାତ

ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ଏଲଓସିରେ ଅଶାନ୍ତି ଲାଗି ରହିଛି। ସୀମାରେ ଉଭୟ ଭାରତ ଏବଂ ପାକିସ୍ତାନ ଯବାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସୀମାରୁ ଭାରତ ସୀମାକୁ ଗୁଳିର ସୁଅ ଛୁଟିଛି। ପାକିସ୍ତାନ ସେନା ପୁଣି ଥରେ ନିଜ ସୀମା ଉଲଘଂନ କରିଛି। ଏଥର ପାକିସ୍ତାନ ସେନା ବୁଧବାର ସକାଳେ ଉରୀ ସେକ୍ଟର ସୀମା ଉଲଘଂନ କରିଛି। ଆଜି ସାକଳୁ ଫାୟାରିଙ୍ଗ କରି ଚାଲିଛି।

ଆମ ପାଇଲଟ୍‌ଙ୍କୁ ସୁରକ୍ଷିତ ଫେରାଅ : ଭାରତୀୟ ବୈଦେଶିକ ମନ୍ତ୍ରାଳୟ

ବୁଧବାର ସନ୍ଧ୍ୟାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନର ଡେପୁଟୀ ହାଇ କମିଶନର ସୈୟଦ ହାଇଦର ଶାହଙ୍କୁ ତଲବ କରିଛି। ଭାରତୀୟ ବାୟୁସେନାର ପାଇଲଟ୍‌ଙ୍କ ଯେପରି କୌଣସି କ୍ଷତି ନହୁଏ ସେନେଇ ଚେତାବନୀ ଦେଇଛି।

ପାକ୍‌ ସାମ୍ବାଦିକଙ୍କ ପରେ ଏବେ ବିଳିବିଳଉଛନ୍ତି ସେନାମୁଖ୍ୟ, ନିଜ ବୟାନରେ ରହୁନି ତାଳମେଳ!

ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତର ଆକ୍ରମଣ ପରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏହାପରେ ସାରା ଦେଶରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ନେଇ ଗୁଞ୍ଜରଣ ଆରମ୍ଭ ହୋଇଛି।

ତିନି ସେନା ପ୍ରମୁଖଙ୍କ ସହ କଥା ହେଲେ ମୋଦି

ଏୟାରଷ୍ଟ୍ରାଇକ ପରେ ସୀମାନ୍ତରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ସୀମା ଆରପଟୁ ଗୁଳି ଆସୁଥିବା ବେଳେ ଭାରତୀୟ ଯବାନ ଏହାର ଜବାବ ଦେଉଛନ୍ତି। ଏଭଳି ସ୍ଥିତିରେ ଆଗକୁ କ’ଣ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ତିନି ସେନା ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here